ବାୟୁରେ ତିନିଘଣ୍ଟା ବଞ୍ଚି ରହିପାରେ କରୋନା ଭୂତାଣୁ

ନୂଆଦିଲ୍ଲୀ : କରୋନା ଭୂତାଣୁ ବାୟୁରେ ତିନି ଘଣ୍ଟା ପର୍ଯ୍ୟନ୍ତ ଜୀବନ୍ତ ରହିପାରିବ। ନୂତନ ଅଧ୍ୟୟନରୁ ଜଣାପଡିବା ପରେ ସଂକ୍ରମିତ ଲୋକଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସୁରକ୍ଷା ବୃଦ୍ଧିର ଅଧିକ ଆବଶ୍ୟକ ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ପରାମର୍ଶ ଦେଇଛି। ଆଉ କହିଛି କରୋନା ଚିକିତ୍ସା ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଅନେକ ଚିକିତ୍ସା ପ୍ରଣାଳୀ କରିବାକୁ ପଡିଥାଏ। ଯେଉଁ ସମୟରେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଭୁତାଣୁ ସେମାନଙ୍କୁ ସିଧାସଳଖ ସଂକ୍ରମିତ ହେବାର ଆଶଙ୍କା ରହିଛି। ତେଣୁ ଅଧିକ ସତର୍କତା ଅବଲମ୍ବନ କରାଗଲେ କୌଣସି ପ୍ରକାରର ସମସ୍ୟା ଉପୁଜିବ ନାହିଁ।

ଏବେ ବିଶ୍ୱସ୍ତରୀୟ ସଂଗଠନ ଡାକ୍ତରୀ ବୃତ୍ତିଗତଙ୍କ ପାଇଁ ‘ବାୟୁ ସମ୍ବନ୍ଧୀୟ ସତର୍କତା’ ଉପରେ ବିଚାର କରୁଛି। ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଉଦୀୟମାନ ରୋଗ ଓ ଜୁନୋସିସ୍ ମୁଖ୍ୟ ଡାକ୍ତର ମାରିଆ ଭାନ୍ କେର୍ଖୋଭ ସୋମବାର ନୂତନ ଅଧ୍ୟୟନ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି କରୋନା ଭୁତାଣୁ ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ନିଯୋଜିତ ସ୍ୱାସ୍ଥ୍ୟକର୍ମୀମାନେ ନିଜକୁ ରକ୍ଷା କରିବା ପାଇଁ ଅତିରିକ୍ତ ପଦକ୍ଷେପ ନେବାକୁ ପଡ଼ିବ। ଏହି ଜୀବାଣୁ ସାଧାରଣତଃ ଗୋଟିଏରୁ ଅନ୍ୟକୁ ସଂକ୍ରମିତ ହୁଏ। କେହି ଛିଙ୍କିବା କିମ୍ବା କାଶିବା ସମୟରେ ଭୂତାଣୁ ବ୍ୟାପିଥାଏ।

ମତାମତ ଦିଅନ୍ତୁ ।