ଚୀନ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ସନ୍ଦେହ

ନୂଆଦିଲ୍ଲୀ : ଚୀନରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ? ଏହାକୁ ନେଇ ଉଠିଛି ପ୍ରଶ୍ନ। ସରକାରୀ ହିସାବ ଅନୁଯାୟୀ କରୋନାରେ ୩,୨୬୮ ମରିଥିବା ଦର୍ଶାଯାଇଛି। କିନ୍ତୁ ବାସ୍ତବ ସଂଖ୍ୟା ଢେର ଅଧିକ ବୋଲି ଅନୁମାନ କରାଯାଉଛି। ତେଣୁ ଚୀନ ଦେଇଥିବା ମୃତ୍ୟୁ ସଂଖ୍ୟାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ।

ଏବେ ଚର୍ଚ୍ଚା ହେଉଛି ଚୀନରେ କରୋନା ସଂକ୍ରମଣ ଆରମ୍ଭରୁ ଇତିମଧ୍ୟରେ କୋଟିଏ ୫୦ଲକ୍ଷ ମୋବାଇଲ୍‌ ୟୁଜର ହଠାତ୍‌ ନୀରବ ହୋଇଯାଇଛନ୍ତି। ସେମାନେ ନିୟମିତ ନେଟ୍‌ଓ୍ବାର୍କ ସହିତ ଜଡ଼ିତ ରହିଥିଲେ। କାହିଁକି ମୋବାଇଲ ବ୍ୟବହାର ବନ୍ଦ କରିଛନ୍ତି ତାହା ଜାଣିବା ପାଇଁ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ସେମାନଙ୍କ ପାଖକୁ କଲ୍‌ କରାଯାଇଥିଲା। କିନ୍ତୁ କୌଣସି ଊତ୍ତର ମିଳିନି। ଉପଭୋକ୍ତମାନେ ମୋବାଇଲ ନ ଉଠାବାରୁ ସନ୍ଦେହ ବଢୁଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଥିବା ଟେଲିକମ୍‌ ଅପରେଟରମାନେ ଅନୁମାନ କରୁଛନ୍ତି। କେବଳ ସେତିକି ନୁହେଁ କରୋନାର ଉତ୍ପତିସ୍ଥଳ ଉହାନର ବହୁ ଘରେ ରାତିରେ ଆଲୋକ ଜଳୁନି। ଏପରି ଘଟଣା ସ୍ଥିତିକୁ ଅଧିକ ରହସ୍ୟମୟ କରିଛି। ତେଣୁ ଅନୁମାନ ଦୃଢ ହେଉଛି ଚୀନ ସରକାର ମୃତକଙ୍କୁ ନେଇ ଦେଇଥିବା ରିପୋର୍ଟ ସତ ନୁହେଁ। ସେଥିପାଇଁ ବିଭିନ୍ନ ସଂସ୍ଥା ସତ୍ୟ ଉନ୍ମୋଚନ ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ମତାମତ ଦିଅନ୍ତୁ ।