ପଞ୍ଜାବ ପରେ ମହାରାଷ୍ଟ୍ରରେ ଜାରି ହେଲା କର୍ଫ୍ୟୁ

ନୂଆଦିଲ୍ଲୀ : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପଞ୍ଜାବ ପରେ ମହାରାଷ୍ଟ୍ରରେ ଆଜି କର୍ଫ୍ୟୁ ଲାଗୁ କରାଯାଇଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭ରେ ପହଞ୍ଚିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ରାଜ୍ୟରେ କର୍ଫ୍ୟୁ ଲାଗୁ କରିଛନ୍ତି। କିନ୍ତୁ ସେହି ସମୟରେ ସାମଗ୍ରୀ ଗ୍ରୋସରୀ, ଔଷଧ ଓ କ୍ଷୀର ଦୋକାନ ଖୋଲା ରହିବ। କର୍ଫ୍ୟୁ ସମ୍ପର୍କରେ ପୋଲିସ ପକ୍ଷରୁ ବିସ୍ତୃତ ସୂଚନା ଜାରି କରାଯିବ। ମାର୍ଚ୍ଚ ୩୧କୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯିବ। ମନ୍ଦିର, ମସଜିଦ ଓ ଚର୍ଚ୍ଚଙ୍କୁ କାହାରିକୁ ଯିବାପାଇଁ ଅନୁମତି ମିଳିବ ନାହିଁ। କେବଳ ପୂଜକମାନେ ସେଠାକୁ ଯିବେ।

ମତାମତ ଦିଅନ୍ତୁ ।