କରୋନା: କଏଦୀଙ୍କୁ ମିଳିବ ପାରୋଲ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣକୁ ରୋକିବା ନିମନ୍ତେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ସେହି କ୍ରମରେ ଜେଲ୍‌ରେ ଥିବା କଏଦୀମାନଙ୍କୁ ୬ ସପ୍ତାହ ପାରୋଲ ମିଳିବ। କରୋନା ସଂକ୍ରମଣ ରୋକିବାକୁ ଦୃଷ୍ଟିରେ ରଖି ସୋମବାର ସୁପ୍ରିମ୍‌କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ୭ରୁ କମ୍‌ ବର୍ଷ ଜେଲ ଦଣ୍ଡ ଭୋଗୁଥିବା କଏଦୀଙ୍କୁ ୬ ସପ୍ତାହ ପାରୋଲରେ ଯିବାର ଅନୁମତି ଦେବା ଲାଗି କୋର୍ଟ କହିଛନ୍ତି। ଏହାଦ୍ୱାରା ବହୁ କଏଦୀ ଉପକୃତ ହେବା ସହିତ ଜେଲରେ କରୋନା ସଂକ୍ରମଣ ଆଶଙ୍କା ଦୂର ହୋଇପାରିବ। ନିର୍ଦ୍ଦେଶ ଉପରେ ଶୀଘ୍ର ବିଚାର କରିବା ସହିତ ସବୁ ରାଜ୍ୟ ସରକାର ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି। କମିଟିରେ ଆଇନ ସଚିବ, ରାଜ୍ୟ ଆଇନ ସେବା କର୍ତ୍ତୃପକ୍ଷ ଅଧ୍ୟକ୍ଷ ଓ ଜେଲ ଡିଜି ପ୍ରମୁଖଙ୍କୁ ସାମିଲ କରିବା ପାଇଁ ସୁପ୍ରିମ୍‌କୋର୍ଟ କହିଛନ୍ତି।

1 Comment

  1. There should not be price rise of essential commodity like rice flour .Vegetable are bu farmer so keep review. Awareness is better than lockdown. Few restriction tobe observed.people remained out side for medical cause should be supported to returned home. Mental and will be detoriated .

ମତାମତ ଦିଅନ୍ତୁ ।