କାରୋନା ପାଇଁ ଲକ୍ ଡାଉନ୍ : ନିୟମ ଭାଙ୍ଗିଲେ ହଜାରେ ଜରିମାନା ଓ ୬ ମାସ ଜେଲ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରମାନେ ଲକ୍ ଡାଉନ୍ ଲାଗୁ କରିଛନ୍ତି। ଏହାକୁ ମାନିବାକୁ ସମସ୍ତେ ବାଧ୍ୟ। କେବଳ ଜରୁରୀ କାମ ଥିଲେ ଲୋକମାନେ ବାହାରକୁ ଆସିପାରିବେ। ତଥାପି କିଛି ଲୋକ ଲକ୍ ଡାଉନ୍ ବେଳେ ବୁଲୁଥିବା ଦେଖିବାକୁ ମିଳିଛି। ଏଥିପାଇଁ କେନ୍ଦ୍ର ସରକାର ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହୋମ କ୍ୱାରେଣ୍ଟାଇନ ଓ ଲକ୍ ଡାଉନ୍ ନିୟମ ଭାଙ୍ଗୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ପଶ୍ଚିମବଙ୍ଗ ସରକାର ଉଲ୍ଲଙ୍ଘନକାରୀଙ୍କ ଉପରେ ଜୋରିମାନା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି କଷି ସମୟସୀମା ମଧ୍ୟରେ ନିୟମ ଉଲ୍ଲଙ୍ଘନ କରିବ ତାଙ୍କୁ ଏକ ହଜାର ଟଙ୍କା ଜରିମାନା ଓ ଦରକାର ପଡ଼ିଲେ ୬ ମାସ ଜେଲ ହାଜତକୁ ପଠାଇ ଦିଆଯିବ।

ମତାମତ ଦିଅନ୍ତୁ ।