April 3, 2020

ଲକ୍‌ଡାଉନ୍: ଅତ୍ୟାବଶ୍ୟକ ସାମଗ୍ରୀରେ ମଦ

ନୂଆଦିଲ୍ଲୀ : କରୋନା ପାଇଁ ଦେଶ ୨୧ଦିନ ବା ତିନି ସପ୍ତାହ ପାଇଁ ଲକ୍‌ଡାଉନ୍। ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ସାମଗ୍ରୀ ବିକ୍ରି ଉପରେ ରହିଛି କଟକଣା। ପରିବା ଦୋକାନ, କ୍ଷୀର ଓ ଗ୍ରୋସରି ଆଦି ଦୋକାନକୁ ଛାଡ଼ିଦେଲେ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। କିନ୍ତୁ କେରଳ ଓ ପଞ୍ଜାବ ସରକାର ମଦ ବିକ୍ରି ପାଇଁ ନେଇଛନ୍ତି ନିଷ୍ପତ୍ତି।

ସେହିପରି କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଛନ୍ତି ମଦ ଦୋକାନ ଖୋଲା ରହିବ। ମଦ ଉପରୁ କେରଳ ବାର୍ଷିକ ପ୍ରାୟ ୨୫୦୦ କୋଟି ଟଙ୍କା ରାଜସ୍ୱ ପାଉଛି। ଯାହା ସରକାରଙ୍କ ମୋଟ ଆୟର ୧୫ ପ୍ରତିଶତ। ମଦ ବିକ୍ରି ବନ୍ଦ କଲେ ଅନେକ ସାମାଜିକ ସମସ୍ୟା ଉପୁଜିବ କୁହାଯାଇଛି।

ଅନୁରୂପ ଭାବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କରୋନା ମୁକାବିଲା ପାଇଁ ରାଜ୍ୟରେ କର୍ଫ୍ୟୁ ଲାଗୁ କରିଥିଲା ବେଳେ ଟୁଇଟ୍ କରି ମଦକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି। ପଞ୍ଜାବ ସରକାରଙ୍କ ମୁଖପାତ୍ର କହିଛନ୍ତି ଲକ୍‌ଡାଉନ୍ ବେଳେ ମଦ ଦୋକାନ ଖୋଲା ରହିବ। କିନ୍ତୁ ସୋମବାର ରାଜ୍ୟରେ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଜରୁରୀ ସାମଗ୍ରୀରେ ରହିଥିଲା ଗ୍ରୋସରୀ, ତାଜା ଫଳ, ପନିପରିବା, ପାନୀୟ ଜଳ ଓ ଖାଦ୍ୟ ସାମଗ୍ରୀ। ମଦକୁ ବାଦ୍ ଦିଆଯାଇଥିଲା। ଏବେ ଉଭୟ କେରଳ ଓ ପଞ୍ଜାବ ସରକାର ମଦକୁ ଜରୁରୀ ସାମଗ୍ରୀରେ ସାମିଲ୍ କରିଛନ୍ତି।

Leave a Reply

Your email address will not be published. Required fields are marked *