୮୦ କୋଟି ଲୋକଙ୍କୁ ମିଳିବ ଶସ୍ତାରେ ଚାଉଳ ଓ ଗହମ

Breaking News ଦେଶ-ବିଦେଶ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟରେ ଆଜି ଏକ ନିଷ୍ପତ୍ତି ହୋଇଛି। କରୋନା ଭାଇରସ ଯୋଗୁଁ ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହେବା ପରେ ଦେଶର ୮୦ କୋଟି ଲୋକଙ୍କୁ ଶସ୍ତାରେ ଚାଉଳ ଓ ଗହମ ଯୋଗାଇ ଦେବାପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଲୋକମାନଙ୍କୁ କିଲୋ ୨ ଟଙ୍କାରେ ଗହମ ୩ ଟଙ୍କାରେ ଚାଉଳ କିଲୋ ଦିଆଯିବ। ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରକାଶ ଜାଭେଦକର। ସେ କହିଛନ୍ତି କରୋନା ଭାଇରସକୁ ନେଇ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ସେହିପରି ଗଣମାଧ୍ୟମ ଓ ଡାକ୍ତରମାନଙ୍କୁ ହଇରାଣ କରନ୍ତୁ ନାହିଁ। ସେମାନେ ସେବାର କାମ କରୁଛନ୍ତି ବୋଲି ଶ୍ରୀ ଜାଭେଦକର କହିଛନ୍ତି।

ମତାମତ ଦିଅନ୍ତୁ ।