କରୋନା ମୁକାବିଲା : ସ୍ଵେଚ୍ଛାସେବୀ ପାଇଁ ଆଗ୍ରହୀ ଥିଲେ ଆବେଦନ କରନ୍ତୁ

Breaking News ଦେଶ-ବିଦେଶ

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦେଶକୁ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ସାଧାରଣ ଲୋକଙ୍କ ନିକଟରେ କରୋନା ଭୂତାଣୁ ସମ୍ପର୍କରେ ସୂଚନା ଦେଇ ସଚେତନ କରିବାକୁ ସରକାର ନେଇଛନ୍ତି ଅନେକ ପଦକ୍ଷେପ। ବୁଧବାର କେନ୍ଦ୍ର ସରକାର ଏକ ୱେବସାଇଟ୍ ଉନ୍ମୋଚନ କରିଛନ୍ତି। ଲୋଡିଛନ୍ତି ସାଧାରଣ ଲୋକଙ୍କ ସହଯୋଗ। ଯେଉଁମାନେ ଆଗ୍ରହୀ ସେମାନେ https://self4society.mygov.in/volunteer/ ୱେବସାଇଟ୍ ମାଧ୍ୟମରେ କରୋନା ଭାଇରସ ବିରୋଧୀ ଲଢେଇରେ ସାମିଲ ହୋଇପାରିବେ। ଏହି ସମୟ ସ୍ଵେଚ୍ଛାସେବୀ ହେବାକୁ ସରକାର ଲୋକମାନଙ୍କୁ ନିବେଦନ କରିଛନ୍ତି। ଜଣେ ବ୍ୟକ୍ତି, କମ୍ପାନୀ କିମ୍ବା କୌଣସି ପ୍ରକାରର ଗୋଷ୍ଠୀ ଏହି ସଂଗ୍ରାମରେ ଅଂଶଗ୍ରହଣ କରିପାରିବେ। ୱେବସାଇଟରେ ସରକାର ଅନେକ ବିକଳ୍ପ ଦେଇଛନ୍ତି। ଯେଉଁଥିରେ ଲୋକମାନେ ସେମାନଙ୍କ ତରଫରୁ ସହଯୋଗର ହାତ ବଢ଼ିପାରିବେ।

3 thoughts on “କରୋନା ମୁକାବିଲା : ସ୍ଵେଚ୍ଛାସେବୀ ପାଇଁ ଆଗ୍ରହୀ ଥିଲେ ଆବେଦନ କରନ୍ତୁ

  1. में करोना द्वारा पीड़ित जनसाधारण को हेल्प करने के लिए
    चाहता हूं …इसीलिए एक वोलंटियर होने का मन रखता हूं

ମତାମତ ଦିଅନ୍ତୁ ।