April 2, 2020

ଟ୍ରେନ ବାତିଲ ହେଲେ ଆକାଉଣ୍ଟକୁ ଆସିବ ଟଙ୍କା, ଟିକେଟ କ୍ୟାନସେଲ କଲେ ଶୁଳ୍କ କଟିବ

ନୂଆଦିଲ୍ଲୀ : କରୋନା ପାଇଁ ସମସ୍ତ ଟ୍ରେନ୍ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବାତିଲ୍ ହୋଇଛି। ସମ୍ପୂର୍ଣ୍ଣ ଫେରସ୍ତ ଟଙ୍କା ଆକାଉଣ୍ଟକୁ ଆସିବ। ଯଦି ଆପଣ ଟିକେଟ୍ ବାତିଲ୍ କରନ୍ତି ତେବେ ସଂରକ୍ଷଣ ଶୁଳ୍କ କଟିଯିବ। ଆଇଆରସିଟିସିର ଲୋକ ସମ୍ପର୍କ ସୂଚନା ଅଧିକାରୀଙ୍କ ସୂଚନା ୭ ରୁ ୧୦ ଦିନ ମଧ୍ୟରେ ବାତିଲ ହୋଇଥିବା ଟ୍ରେନର ଫେରସ୍ତ ଟଙ୍କା ଅନଲାଇନରେ ଟିକେଟ ବୁକ୍ କରିଥିବା ଯାତ୍ରୀଙ୍କ ଆକାଉଣ୍ଟକୁ ପଠାଯିବ। ଗୋଟିଏ ହେଲେ ଟଙ୍କା କଟାଯିବ ନାହିଁ। ସେ କହିଛନ୍ତି ରେଳବାଇ ଦ୍ୱାରା ବାତିଲ ରେଳ ଟିକେଟ ତଥ୍ୟ ଅନଲାଇନରେ ଥାଏ। ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଯଦି ଯାତ୍ରୀ ଟିକଟ କ୍ୟାନସେଲ କରିବେ ତେବେ ତାଙ୍କ ରିଜର୍ଭେସନ ଶୁଳ୍କକୁ ବାଦ ଦିଆଯାଇ ବଳକା ଟଙ୍କା ଦିଆଯିବ। ଟିକେଟ ବାତିଲ ନ କଲେ ସମ୍ପୂର୍ଣ୍ଣ ଅର୍ଥ ରାଶି ମିଳିବ।

Leave a Reply

Your email address will not be published. Required fields are marked *