April 3, 2020

ମୋଦୀଙ୍କୁ ସୋନିଆଙ୍କ ଚିଠି: ଦଳୀୟ ସ୍ୱାର୍ଥରୁ ଉର୍ଦ୍ଧ୍ୱରେ ରହି କଂଗ୍ରେସ କର୍ତ୍ତବ୍ୟ ପାଳନ କରିବ

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ସମସ୍ତ ପଦକ୍ଷେପକୁ କଂଗ୍ରେସ ସମର୍ଥନ କରିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଚିଠି ଲେଖିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି କହିଛନ୍ତି। ସାରା ଦେଶକୁ ୨୧ ଦିନ ପାଇଁ ଲକ୍‌ଡାଉନ୍‌କୁ ନିଷ୍ପତ୍ତିକୁ ମଧ୍ୟ ସୋନିଆ ସମର୍ଥନ କରିଛନ୍ତି।

ସୋନିଆ ଚିଠିରେ ଉଲ୍ଲେଖ କରିଛନ୍ତି କଂଗ୍ରେସର ଦଳର ଅଧ୍ୟକ୍ଷ ଭାବେ ମୁଁ କହିବାକୁ ଚାହେଁ ଯେ ମହାମାରୀ କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ନେଉଥିବା ପ୍ରତିଟି ପଦକ୍ଷେପକୁ ଆମେ ସମର୍ଥନ କରିବୁ। ମିଳିତ ଭାବେ ଏହି କାର୍ଯ୍ୟକୁ ଆଗକୁ ନେବୁ। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମ ସମସ୍ତଙ୍କୁ ଦଳୀୟ ସ୍ୱାର୍ଥରୁ ଉର୍ଦ୍ଧ୍ୱରେ ରହି ଦେଶ ପାଇଁ ରହିଥିବା କର୍ତ୍ତବ୍ୟକୁ ପାଳନ କରିବା ସହିତ ମାନବ ଜାତିକୁ ସୁରକ୍ଷା ଦେବାକୁ ହେବ।

ସେ କହିଛନ୍ତି କେନ୍ଦ୍ର ସରକାର ଇଏମଆଇ ବ୍ୟବସ୍ଥାକୁ ୬ ମାସ ଯାଏ ଘୁଞ୍ଚାଇବା ଦରକାର। ଏହି ସମୟରେ ବ୍ୟାଙ୍କଗୁଡ଼ିକ ଯେମିତି ଲୋକଙ୍କ ଠାରୁ ସୁଧ ନ ନିଅନ୍ତି, ସେକଥାକୁ ମଧ୍ୟ ନିଶ୍ଚିତ କରିବା ଉଚିତ। କାରଣ ଲକଡାଉନ ଯୋଗୁ ଲୋକମାନେ ଆୟ କରିପାରୁ ନାହାନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ପକ୍ଷରେ ଇଏମଆଇ ଦେବା କଷ୍ଟକର ହୋଇପଡ଼ିବ। ତେଣୁ ଏ ବିଷୟରେ କେନ୍ଦ୍ର ସରକାର ବିଚାର କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *