April 3, 2020

ବିପଏଲ୍‌ ପରିବାରକୁ ୩ ମାସ ଯାଏଁ ମିଳିବ ମାଗଣା ଗ୍ୟାସ୍‌ ସିଲିଣ୍ଡର

ନୂଆଦିଲ୍ଲୀ : ଦେଶରେ ଲକ୍‌ ଡାଉନ୍‌ ଜାରି ରହିଥିବା ବେଳେ କେନ୍ଦ୍ର ସରକାର ୧.୭ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ ଉଜ୍ଜଳା ଯୋଜନାରେ ବିପିଏଲ୍‌ ପରିବାରକୁ ୩ ମାସ ଯାଏଁ ଗ୍ୟାସ ସିଲିଣ୍ଡର ମାଗଣାରେ ଦିଆଯିବ। ଏହି ଯୋଜନାରେ ପଞ୍ଜିକୃତ ଦେଶର ପ୍ରାୟ ୮ ଲକ୍ଷ ବିପିଏଲ୍‌ ପରିବାର ପଞ୍ଜିକୃତ ହେବେ। କରୋନା ସଂକ୍ରମଣକୁ ରୋକିବା ପାଇଁ କଡା କଡି ଭାବେ ଲକ୍‌ଡାଉନ୍‌କୁ ପାଳନ କରିବା ପାଇଁ କୁହାଯାଇଥିବାରୁ ଲୋକଙ୍କ ରୋଜଗାର ସହ ଦେଶର ଅର୍ଥନୀତି ପ୍ରଭିବିତ ହୋଇଛି। ଏଥିପାଇଁ କେନ୍ଦ୍ର ସରକାର ସହାୟତା ପ୍ୟାକେଜ୍‌ ଘୋଷଣା କରିବେ ବୋଲି ଆଶା କରାଯାଉଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତା ରମଣ ଏହି ଆର୍ଥିକ ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *