April 7, 2020

ସ୍ୱଦେଶୀ ଜ୍ଞାନକୌଶଳରେ ଡିଆରଡିଓ ନିର୍ମାଣ କଲା ଭେଣ୍ଟିଲେଟର ଓ ଏନ-୯୯ ମାସ୍କ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଭାରତର ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ସ୍ୱଦେଶୀ ଜ୍ଞାନକୌଶଳରେ ଭେଣ୍ଟିଲେଟର ବିକାଶ କରିଛି। ଡିଆରଡିଓ ଓ ସୋସାଇଟି ଫର ବାୟୋମେଡିକାଲ ଟେକନଲୋଜୀ ପକ୍ଷରୁ ଏହି ଭେଣ୍ଟିଲେଟରର ବିକାଶ କରାଯାଇ ଏହାର ଟେକନଲୋଜୀ ମହୀଶୂରର ଏକ କମ୍ପାନିକୁ ଦିଆଯାଇଛି। କମ୍ପାନି ସୁଲଭ ମୂଲ୍ୟରେ ସରକାରଙ୍କୁ ଯୋଗାଉଛି ଭେଣ୍ଟିଲେଟର। ଏହି ସୂଚନା ଦେଇଛନ୍ତି ଡିଆରଡିଓ ଅଧ୍ୟକ୍ଷ ଜି.ସତୀସ ରେଡ୍ଡୀ। ସେ କହିଛନ୍ତି ଡିଆରଡିଓ ପକ୍ଷରୁ ଏନ-୯୯ ମାସ୍କ ଓ ଥ୍ରୀ-ଲେୟର ମାସ୍କ ମଧ୍ୟ ନିର୍ମାଣ କରାଯାଇଛି। ୨୦ ହଜାର ମାସ୍କ ପ୍ରସ୍ତୁତ କରାଯାଇ ବିଭିନ୍ନ ସରକାରୀ ଏଜେନ୍ସିମାନଙ୍କୁ ଦିଆ ସରିଲାଣି।

Leave a Reply

Your email address will not be published. Required fields are marked *