April 3, 2020

ଜାତିସଂଘ ନିରାପତ୍ତା ପରିଷଦରେ କୋଭିଡ୍-୧୯ ପ୍ରସଙ୍ଗ ଆଲୋଚନା ଅଟକିଲା

ନୂଆଦିଲ୍ଲୀ : ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ କୋଭିଡ୍-୧୯ ସଂକ୍ରମଣ ପ୍ରସଙ୍ଗ ଆଲୋଚନା ହୋଇପାରିନି। ଏସ୍ତୋନିଆ କରିଥିବା ଉଦ୍ୟମକୁ ଚୀନ୍, ରୁଷ୍ ଓ ଦକ୍ଷିଣ ଆଫ୍ରିକା ବାଧା ଦେଇଛନ୍ତି। କରୋନା ଭାଇରସ୍ ଉତ୍ପତ୍ତି ଚୀନରୁ ହୋଇଥିବା ବେଳେ ଏହି ଦେଶ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ରହିଛି। ଏହା ପରେ ଦାୟିତ୍ୱ ଡୋମିନିକାନ୍ ପ୍ରଜାତନ୍ତ୍ର ପାଖକୁ ଯିବ। କୂଟନୈତିକ ସୂତ୍ର କହିଛି ଭୂତାଣୁ ସଂକ୍ରମଣ ଓ ଶାନ୍ତି ଓ ବିଶ୍ୱ ନିରାପତ୍ତା ମଧ୍ୟରେ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ ବୋଲି ରୁଷ୍ ଓ ଦକ୍ଷିଣ ଆଫ୍ରିକା କହିଥିଲେ। ତେଣୁ ଜାତିସଂଘ ନିରାପତ୍ତା ପରିଷଦ୍ ମଧ୍ୟରେ ସହମତି ନଥିବା କହି ଚୀନ୍ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି। କୌଣସି ଆଲୋଚନା ପ୍ରସ୍ତାବ ଗ୍ରହଣ କରିବାକୁ ଜାତିସଂଘ ନିରାପତ୍ତା ପରିଷଦର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସହମତି ମିଳିବା ବାଧ୍ୟତାମୂଳକ ନିୟମ ରହିଛି।

Leave a Reply

Your email address will not be published. Required fields are marked *