ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ରପ୍ତାନି ବନ୍ଦ କଲା ଭାରତ

Breaking News ଦେଶ-ବିଦେଶ

ନୂଆଦିଲ୍ଲୀ : ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ରପ୍ତାନି ଉପରେ ଭାରତ ସରକାର କଟକଣା ଲଗାଇଛନ୍ତି। ଦେଶରେ କରୋନା ଭାଇରସ ସଂକ୍ରମଣ ବଢିଚାଲିଥିବାରୁ ଏହି ଔଷଧର ଯେପରି ଅଭାବ ନହୁଏ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହା ପୂର୍ବରୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ରପ୍ତାନି ଉପରେ କଟକଣା ଲଗାଇଥିଲେ ମଧ୍ୟ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏସଇଜେଡ) ଓ ରପ୍ତାନି ଭିତ୍ତିକୟୁନିଟ୍ (ଇଓୟୁ)କ ଏଥିରୁ ବାଦ ଦିଆଯାଇଥିଲା। କିନ୍ତୁ ଆଜି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିିଏଫଟି) ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହି କଟକଣାର ପରିସରକୁ ବଢାଇ ଦିଆଯାଇଛି। କରୋନା ଭାଇରସ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସ୍ୱତନ୍ତ୍ର ଭାବେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ରପ୍ତାନିକୁ ବନ୍ଦ କରିଛନ୍ତି। କାରଣ କରୋନା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନଥିବାରୁ କେତେକ ଗୁରୁତର ମାମଲା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନକୁ ବ୍ୟବହାର କରିବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ତେଣୁ ଏହାକୁ ଅତି ଜରୁରି ହେଲେ କେବଳ ଡାକ୍ତରଙ୍କ ପରାମର୍ଶରେ ପ୍ରଦାନ ପାଇଁ ପ୍ରସ୍ତାବ ଦିଆଯାଇଛି।

ମତାମତ ଦିଅନ୍ତୁ ।