କରୋନା ପ୍ରତିଷେଧକ ଟୀକା ବର୍ଷ ଶେଷସୁଦ୍ଧା ଭାରତକୁ ଆସିବ

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏହି ଭାଇରସ ଦେଶର ନିଭିନ୍ନ ରାଜ୍ୟରେ କାୟା ବିସ୍ତାର କରି ଲୋକଙ୍କ ଚିନ୍ତା ବଢାଇଲାଣି। ଏଭଳି ପରିସ୍ଥିତିରେ କରୋନାକୁ ରୋକିବା ପାଇଁ ପ୍ରସ୍ତୁତ ହୋଇଛି ପ୍ରତିଷେଧକ ଟୀକା ‘କୋରୋଫ୍ଲୁ’। କିନ୍ତୁ ଚଳିତ ବର୍ଷ ଶେଷସୁଦ୍ଧା ଭାରତକୁ ଏହା ଆସିବାର ସମ୍ଭାବନା ରହିଛି। ଏହି ଟୀକା ଦ୍ୱାରା କରୋନା ସହିତ ଫ୍ଲୁ ମଧ୍ୟ ଭଲହେବ।

ହାଇଦ୍ରାବାଦ୍‌ର ଭାରତ ବାୟୋଟିକ୍‌ କମ୍ପାନୀ ପ୍ରସ୍ତୁତ କରିଥିବା ‘କୋରୋଫ୍ଲୁ’ ଟୀକାର ପ୍ରୟୋଗ ଆମେରିକାରେ ପ୍ରାଣୀଙ୍କ ଉପରେ ଜାରି ରହିିଛି। ଆସନ୍ତା ୩ ମାସ ପରେ ମଣିଷଙ୍କଠାରେ ପ୍ରୟୋଗ କରାଯିବ ବୋଲି କୁହାଯାଉଛି। ଏଥିରେ ସଫଳତା ମିଳିଲେ ବ୍ୟବହାର କରାଯିବ। ଏହି ଟୀକାକୁ ନାଜାଲ୍‌ ଡ୍ରପ୍‌ ଭାବେ ବ୍ୟବହୃତ କରାଯିବ ବୋଲି କୁହାଯାଉଛି। ନାକରେ ଏକ ବୁନ୍ଦା ‘କୋରୋଫ୍ଲୁ’ ଟୀକା ପକାଇଲେ କରୋନା ସହିତ ଫ୍ଲୁକୁ ମଧ୍ୟ ପ୍ରତିରୋଧ କରିବାକୁ ସକ୍ଷମ ହେବ। କରୋନା ସଂକ୍ରମଣ ନାକ ଦ୍ୱାରା ହେଉଥିବାରୁ ଟୀକାକୁ ନାକରେ ପକାଯିବ ବୋଲି ବିଶେଷଜ୍ଞ କହୁଛନ୍ତି। ପ୍ରତିବର୍ଷ ୩୦ କୋଟି ଡୋଜ୍‌ ପ୍ରସ୍ତୁତ କରାଯିବ ବୋଲି ଭାରତ ବାୟୋଟିକ୍‌ କମ୍ପାନୀର ସିଏମ୍‌ଡି ଡ. କୃଷ୍ଣା ଏଲା ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।