April 7, 2020

ଦେଶରେ ବାଘ ସଂଖ୍ୟା ବଢିଛି

ନୂଆଦିଲ୍ଲୀ : ୨୦୧୮ ଦେଶରେ ବାଘଙ୍କ ସଂଖ୍ୟା ୭୪୧ ବଢିଛି। ଏବେ ଅଛନ୍ତି ୨୯୭୬ଟି ବାଘ। ସର୍ବଭାରତୀୟ ବ୍ୟାଘ୍ର ସଂରକ୍ଷଣ ରିପୋର୍ଟରୁ ଏହି ସୂଚନା ମଳିଛି।

ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଭାରତୀୟ ବ୍ୟାଘ୍ର ସଂରକ୍ଷଣ ରିପୋର୍ଟ-୨୦୧୮ ଉନ୍ମୋଚିତ କରିଛନ୍ତି । ରିପୋର୍ଟରେ ପ୍ରକାଶ ପାଇଛି ଯେ, ୨୦୧୪ରେ ଦେଶରେ ୨୨୨୬ଟି ବାଘ ଥିଲେ। ୨୦୧ରେ ଏହି ସଂଖ୍ୟା ୨୯୭୬ ବୃଦ୍ଧି ପାଇଛି । ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାର ବାଘମାନଙ୍କ ସୁରକ୍ଷା ପାଇଁ ବଦ୍ଧ ପରିକର। ଆମ ଦେଶ ଭାରତ ହେଉଛି ବାଘମାନଙ୍କ ପାଇଁ ବିଶ୍ୱରେ ସବୁଠାରୁ ବଡ଼ ଓ ସୁରକ୍ଷିତ ସ୍ଥାନ । ଗତ ୯ ବର୍ଷ ପୂର୍ବେ ସେଣ୍ଟ ପିଟର୍ସବର୍ଗ କହିଥିଲେ ଯେ ୨୦୨୨ ସୁଦ୍ଧା ବାଘଙ୍କ ସଂଖ୍ୟା ଦୁଇ ଗୁଣିତ କରାଯିବ। ଆମେ ଏହି ଲକ୍ଷ୍ୟକୁ ମାତ୍ର ୪ ବର୍ଷରେ ପୂରଣ କରି ଦେଖାଇ ଦେଇଛୁ। କେବଳ ବାଘ ନୁହେଁ ସମସ୍ତ ବନ୍ୟଜନ୍ତୁଙ୍କ ସୁରକ୍ଷା ଆମର ଦ୍ୱାୟିତ୍ୱ ବୋଲି ଶ୍ରୀ ମୋଦୀ କହିଛନ୍ତି।

Leave a Reply

Your email address will not be published. Required fields are marked *