ଘରୋଇ ପାଥୋଲାବ୍ ପାଇଁ ନୂଆ ଗାଇଡ୍ ଲାଇନ୍

ଘରୋଇ ପାଥୋଲାବ୍ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ଏଣିକି ସମସ୍ତ ପାଥୋଲାବ୍‌, ଘରୋଇ କ୍ଲିନିକ୍ ଓ ନର୍ସିଂ ହୋମ୍ ଖୋଲା ରହିବ । ରାସ୍ତାରେ ମେଡିକାଲ କର୍ମଚାରୀ, ନର୍ସ ଓ ପାରା ମେଡିକାଲ କର୍ମଚାରୀଙ୍କୁ ନଅଟକାଇବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଗୃହ ମନ୍ତ୍ରାଳୟ ସଚିବ ଅଜୟ ଭଲା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି । ସେହିପରି ଆମ୍ବୁଲାନ୍ସ, ସାନିଟାଇଜେସନ କରୁଥିବା ଗାଡ଼ିକୁ ନ ଅଟକାଇବାକୁ ପରାମର୍ଶ ଦିଆଯାଇଛି ।

ମତାମତ ଦିଅନ୍ତୁ ।