ପାକିସ୍ତାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା

ନୂଆଦିଲ୍ଲୀ : ପାକିସ୍ତାନର ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନ କର୍ମଚାରୀଙ୍କ ସମେତ ୧୦୭ ଯାତ୍ରୀଙ୍କୁ ନେଇ ଲାହୋରରୁ କରାଚି ଯାଉଥିବା ଏହି ବିମାନଟି ବିମାନ ବନ୍ଦର ନିକଟ ଏକ ଜନବସତି ଉପରେ ଖସିପଡିଛି। ଏ ପର୍ଯ୍ୟନ୍ତ ମୃତାହତକୁ ନେଇ କୌଣସି ସୂଚନା ମିଳିନାହିଁ। ହେଲେ ପାକିସ୍ତାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦୁର୍ଘଟଣାରେ କୌଣସି ଯାତ୍ରୀ ବଞ୍ଚିଥିବା ସମ୍ଭାବନା ବହୁତ କମ ରହିଛି। ପିଆଇଏର ମୁଖପାତ୍ର ଅବଦୁଲ ସତାରଙ୍କ ସୂଚନା ଅନୁଯାୟୀ ବିମାନଟି କରାଚି ବନ୍ଦରରେ ଅବତରଣର ଗୋଟିଏ ମିନିଟ୍ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଯେଉଁ ସ୍ଥାନରେ ବିମାନଟି ଖସି ପଡ଼ିଛି ତାହା ଆବାସିକ ସ୍ଥାନ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।