ୟୁନିଫର୍ମ ନଥିବାରୁ ନର୍ସ ପିନ୍ଧିଥିଲେ ପିପିଇ ତଳେ କେବଳ ଅନ୍ତବସ୍ତ୍ର

ମସ୍କୋ : ଋଷର ରାଜଧାନୀ ମସ୍କୋର ଏକ ହସ୍ପିଟାଲରେ ଜଣେ ନର୍ସ ଟ୍ରାନ୍ସପରେଣ୍ଟ ପିପିଇ ତଳେ କେବଳ ଅନ୍ତବସ୍ତ୍ର ପିନ୍ଧି କୋଭିଡ୍ ହସ୍ପିଟାଲର ପୁରୁଷ ଓ୍ଵାର୍ଡରେ ରୋଗୀଙ୍କ ଚିକିତ୍ସାରେ ନିଯୋଜିତ ଥିବା ଭିଡିଓଟି ଭାଇରାଲ୍ ହୋଇଥିଲା। କିନ୍ତୁ ସଂକ୍ରମିତଙ୍କ ଚିକିତ୍ସାକୁ ଦୃଷ୍ଟିରେ ରଖି ହସ୍ପିଟାଲ କର୍ତ୍ତୃପକ୍ଷ ଓ ପ୍ରଶାସନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି।

୨୩ ବର୍ଷିୟ ଏହି ନର୍ସଙ୍କ ନାଦିଆ କହିଛନ୍ତି ମୋର ବେଶଭୂଷାକୁ ନେଇ ହଙ୍ଗାମା ପରେ ମୁଁ ମୋର ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲି। ସ୍ଥାନୀୟ ସ୍ଵାସ୍ଥ୍ୟ ବିଭାଗର ପ୍ରମୁଖ ତାଙ୍କ ବିରୋଧରେ ୟୁନିଫର୍ମକୁ ନେଇ ସ୍ଵତନ୍ତ୍ର ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କାରଣରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ହେଲେ ମୋ ଉପରେ ହେବାକୁ ଥିବା କାର୍ଯ୍ୟାନୁଷ୍ଠାନକୁ ପ୍ରତ୍ୟାହାର କରି ନିଆଯାଇଛି। ସେ କହିଛନ୍ତି ଯଦି ଆମକୁ ସଂପୂର୍ଣ୍ଣ ୟୁନିଫର୍ମ ସହିତ ପିପିଇ ଯୋଗାଇ ଦିଆଯାଆନ୍ତା ତେବେ ମୋତେ ନଗ୍ନ ହେବାକୁ ପଡିନଥାନ୍ତି। ସେହିପରି ଜଣେ ଡାକ୍ତର କହିଛନ୍ତି ହସ୍ପିଟାଲରେ କର୍ମଚାରୀଙ୍କ ଲାଗି ଆବଶ୍ୟକ ପୋଷାକର ଘୋର ଅଭାବ ରହିଛି।

ଉଲ୍ଲେଖଯୋଗ୍ୟ କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ନଦିଆ ଦୁଇ ମାସ ହେବ ପରିବାରଠୁ ଅଲଗା ହୋଇରହିଛନ୍ତି। ଘରକୁ ଯାଇ ନିଜର ପରିଜନଙ୍କୁ ବିପଦରେ ପକାଇବାକୁ ସେ ଚାହୁଁନଥିଲେ। ଆଉ କହିଥିଲେ ଏହା ମୋର କର୍ତ୍ତବ୍ୟ। ମୁଁ ସର୍ବଦା ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି।

ମତାମତ ଦିଅନ୍ତୁ ।