ପାକିସ୍ତାନ ବିମାନ ଦୁର୍ଘଟଣା: ୯୭ ଜଣଙ୍କ ମୃତ୍ୟୁ, ୨ ବର୍ତ୍ତିଗଲେ

ନୂଆଦିଲ୍ଲୀ : ପାକିସ୍ତାନ ଇଣ୍ଟର୍‌ନ୍ୟାସ୍‌ନାଲ୍ ଏୟାର୍‌ଲାଇନ୍‌ସ୍ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟ ୯୭କୁ ବୃଦ୍ଧି ପାଇଛି। ଦୁଇଜଣ ମୃତ୍ୟୁ ମୁଖର ବଞ୍ଚିଯାଇଥିବା ଜଣାପଡ଼ିଛି। ଲାହୋରରୁ କରାଚି ଆସୁଥିବା ଏହି ବିମାନଟି ଜିନ୍ନା ଇଣ୍ଟର୍‌ନ୍ୟାସ୍‌ନାଲ୍ ଏୟାର୍‌ପୋର୍ଟରେ ଅବତରଣ କରିବା ପୂର୍ବରୁ କରାଚି ଉପନଗରରେ ଥିବା ମଡେଲ୍ କଲୋନି ଉପରେ ଖସି ପଡ଼ିଥିଲା। ସିନ୍ଧ ସ୍ଵାସ୍ଥ୍ୟ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ଖବର ନେଇ ପାକିସ୍ତାନ ସମ୍ବାଦ ସଂସ୍ଥା ‘ଡନ୍’ କହିଛି ୯୧ ଜଣ ଯାତ୍ରୀ ଓ ୮ଜଣ ପରିଚାରକଙ୍କୁ ମିଶାଇ ବିମାନରେ ଥିବା ୯୯ ଜଣଙ୍କ ମଧ୍ୟରୁ ୯୭ଜଣଙ୍କର ମୃତ୍ୟୁ ହୋଇଯାଇଛି। ଜୀବିତ ଥିବା ଦୁଇ ବ୍ୟକ୍ତିଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ମତାମତ ଦିଅନ୍ତୁ ।