ଲେହରେ ଆର୍ମି ଚିଫ୍ ନରଭାଣେ

ନୂଆଦିଲ୍ଲୀ: ଲଦ୍ଦାଖରେ ଭାରତ ଓ ଚୀନ୍ ସୀମାରେ ଗତ କିଛି ଦିନ ଧରି ଅସ୍ଥିରତା ଲାଗି ରହିଥିବାବେଳେ ସ୍ଥଳସେନା ମୁଖ୍ୟ ଏମ୍‌ଏମ୍ ନରଭାଣେ ଲେହ ଗସ୍ତ କରିଛନ୍ତି । ସେନା ମୁଖ୍ୟ ଗସ୍ତ ସମୟରେ ସେଠାକାର ଶୀର୍ଷ ଅଧିକାରୀଙ୍କୁ ଭେଟିବା ସହ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ନରଭାଣେ ସେଠାରେ ଥିବା ୧୪ ସୈନ୍ୟଦଳଙ୍କ ମୁଖ୍ୟାଳୟକୁ ମଧ୍ୟ ଗସ୍ତ କରି ସେନାର ଉତର କମାଣ୍ଡର ମୁଖ୍ୟ ଅଧିକାରୀଙ୍କ ସହ ବର୍ତମାନ ସେଠାକାର ସ୍ଥିତି କିଭଳି ରହିଛି ସେ ସମ୍ପର୍କରେ ପଚାରି ବୁଝିଥିଲେ ।
ଭାରତ ଚୀନ୍ ସୀମାରେ ପୁଣି ଥରେ ମୁହାଁ ମୁହିଁ ପରିସ୍ଥିତି ଉପୁଜିଛି । ସେନା ପ୍ରମୁଖଙ୍କ ଗସ୍ତ ପୂର୍ବରୁ ଦୁଇ ଦେଶର ସୈନ୍ୟ ଅଧିକାରୀଙ୍କ ମଧ୍ୟରେ କଥାବାର୍ତା ହୋଇଥିଲା । ଜଣେ ଶୀର୍ଷ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ସୀମାରେ ଭାରତର ନିର୍ମାଣ ନେଇ ଚୀନ ଆପତି କରିଛି । ମାତ୍ର ଗତ ଦିନରେ ଚୀନର ହେଲିକପ୍ଟର ମଧ୍ୟ ଭାରତ ସୀମାରେ ପ୍ରବେଶ କରିଥିଲା ।

ମତାମତ ଦିଅନ୍ତୁ ।