ଚୀନକୁ ଝଟକା ଦେଲେ ଟ୍ରମ୍ପ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସ୍ ବ୍ୟାପିବା ପଛରେ ଚୀନର ଷଡ଼ଯନ୍ତ୍ର ଥିବା ବହୁ ପୂର୍ବରୁ କହିଆସୁଛନ୍ତି । ତେବେ ଟ୍ରମ୍ପ ଏବେ ଏପରି ଏକ ପଦକ୍ଷେପ ନେଇଛନ୍ତି ଯାହା ଚୀନର ନିଦ ହଜାଇ ଦେଇଛି । ଆମେରିକା ଚୀନର ୩୩ଟି ବଡ଼ ବଡ଼ କମ୍ପାନୀକୁ ବ୍ଲାକଲିଷ୍ଟ କରିଛି । ଫଳରେ ଆମେରିକାରେ ଅନେକ ପୁଞ୍ଜି ନିବେଶ କରିଥିବା ଏହି କମ୍ପାନୀ ଗୁଡ଼ିକ ଭୟଙ୍କର କ୍ଷତି ସହିବା ସ୍ପଷ୍ଟ ହୋଇଯାଇଛି । ପୂର୍ବରୁ ଆମେରିକା ଚୀନର ଷ୍ଟକ୍ ମାର୍କେଟରୁ ପେନସନ୍ ନିଧି ଉଠାଇ ଆଣିଥିବାବେଳେ ଏବେ ଏପରି ନିଷ୍ପତି ନେଇ ଟ୍ରମ୍ପ ଚୀନ୍‌କୁ ବଡ଼ ଝଟକା ଦେଇଛନ୍ତି । ବ୍ଲାକଲିଷ୍ଟ ହୋଇଥିବା ଏହି କମ୍ପାନୀ ଗୁଡ଼ିକ ଇଂଟେଲିଜେନ୍ସ ଓ ଚୀନ ସେନା ସହିତ ଜଡ଼ିତ ଥିଲେ । ଆମେରିକା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ, ଏହି କମ୍ପାନୀ ଗୁଡ଼ିକ ଚୀନ ସେନାକୁ ସାମରିକ ସାମଗ୍ରୀ ଯୋଗାଉଥିଲେ ।

ମତାମତ ଦିଅନ୍ତୁ ।