ଜୁନ୍ ୨୧ରୁ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ବୃଦ୍ଧି ପାଇବ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଆଜି ସକାଳ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୧୦୧ ଛୁଇଁଛି। ୨୪ ଘଣ୍ଟାରେ ୬୬୫୪ ଜଣ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁବରଣ ମୃତ୍ୟୁ ସଂଖ୍ୟା ୫୧୭୮୩ ରେ ପହଞ୍ଚିଛି। ଆଗକୁ ଅର୍ଥାତ ଜୁନ୍‌ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ସତର୍କ କରାଇ ଦେଇଛନ୍ତି ଯାଧବପୁର ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସର ନନ୍ଦାଦୁଲାଲ ବୈରାଗୀ।

କରୋନା ସମ୍ପର୍କରେ କରାଯାଇଥିବା ଏକ ସର୍ଭେ ରିପୋର୍ଟ ଅନୁଯାୟୀ ଜୁନ୍‌ ୨୧ରୁ ଜୁନ୍‌ ୨୮ ମଧ୍ୟରେ କରୋନା ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବ। ଦୈନିକ ୭ ହଜାରରୁ ସାଢେ ୭ ହଜାର ପର୍ଯ୍ୟନ୍ତ ବଢିବ ପଜିଟିଭ କେସ। ଜୁନ୍‌ ଶେଷ ଯାଏ ଦେଖିବାକୁ ମିଳିବ ଏଭଳି ପରିସ୍ଥିତି। ତେବେ ଜୁଲାଇ ଦ୍ୱିତୀୟ ସପ୍ତାହରୁ ସଂଖ୍ୟା କମିବ। ସ୍ଥିତି ସ୍ୱାଭାବିକ ହେବାକୁ କିଛି ମାସ ଲାଗିବ ବୋଲି ପ୍ରଫେସର ନନ୍ଦାଦୁଲାଲ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।