ଆପ୍ ଛାଡିବେ ଅଳକା ଲାମ୍ବା

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ଚାନ୍ଦନୀ ଚୌକ ବିଧାୟିକା ଅଳକା ଲାମ୍ବା ଦଳ ଛାଡିବେ। ଖୁବ୍ ଶୀଘ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେବେ ଇସ୍ତଫା। ରବିବାର ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମାନ ସମାରୋହ ଅବସରରେ ସେ ଏହି ଘୋଷଣା କରିଛନ୍ତି। ତେବେ ଆଗାମୀ ବିଧାନସଭା ନିର୍ବାଚନରେ କୌଣସି ଦଳରୁ ପ୍ରାର୍ଥୀ ହେବେନି କହିଥିବା ସ୍ୱାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବେ ବୋଲି ତାଙ୍କ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କୁ କହିଛନ୍ତି। ଅଳକା କଂଗ୍ରେସରେ ପ୍ରାୟ ୨୦ ବର୍ଷ କାର୍ଯ୍ୟ କରିବା ପରେ ୨୦୧୪ରେ ଆପରେ ସାମିଲ ହୋଇଥିଲେ। ୨୦୧୫ ବିଧାନସଭା ନିର୍ବାଚନରେ ସେ ଆପର ଚାନ୍ଦିନୀ ଚୌକରୁ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ।

ମତାମତ ଦିଅନ୍ତୁ ।