ସୁଷମାଙ୍କ ଶେଷକୃତ୍ୟ ସମ୍ମନ୍ନ

ନୂଆଦିଲ୍ଲୀ : ପଞ୍ଚଭୂତରେ ବିଲୀନ ହେଲା ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ମର ଶରୀର। ଦିଲ୍ଲୀସ୍ଥିତ ଲୋଧୀରୋଡ ବିଦ୍ୟୁତ୍ ଶ୍ମଶାନଘାଟରେ ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କର ଶେଷକୃତ୍ୟ ସମ୍ମନ୍ନ କରାଯାଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହୋଇଛି ସଂସ୍କାର। ତାଙ୍କ ଝିଅ ବାଂସୁରୀ ମୁଖାଗ୍ନୀ ଦେଇ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପାଦନ କରିଛନ୍ତି। ଏହି ସମୟରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସୁଷମାଙ୍କୁ ଅନ୍ତିମ ବିଦାୟ ଦେବାପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟରପତି ଭେଙ୍କେୟା ନାଇଡୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା, ଲୋକସଭା ବାଚସ୍ପତି ଓମ ବିର୍ଲା, ଲାଲକୃଷ୍ଠ ଆଡଭାଣୀଙ୍କ ସମେତ ମୋଦୀ କ୍ୟାବିନେଟର ସମସ୍ତ ସଦସ୍ୟ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। 

ମତାମତ ଦିଅନ୍ତୁ ।