ନୂଆ ନୀତି ବିନା ୫ ଟ୍ରିଲିୟନର ଅର୍ଥନୀତି ସମ୍ଭବ ନୁହେଁ-ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ: ନୂଆ ଆର୍ଥିକ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ। ସେ କହିଛନ୍ତି ନୂଆ ଆର୍ଥିକ ନୀତି ବିନା ୫ ଟ୍ରିଲିୟନର ଅର୍ଥନୀତି ଅସମ୍ଭବ ହେବ। କେବଳ ସାହସ ଓ ଜ୍ଞାନ ଦ୍ୱାରା ଅର୍ଥ ବ୍ୟବସ୍ଥାକୁ ବଞ୍ଚାଇ ହେବନାହିଁ, ଏଥିପାଇଁ ଦୁଇଟି ଯାକର ଆବଶ୍ୟକତା ରହିଛି। କିନ୍ତୁ ଆଜି ଆମ ପାଖରେ ଦୁଇଟି ଯାକ ନାହିଁ। ମାନ୍ଦାବସ୍ଥା ଯୋଗୁ ଭାରତୀୟ ଅର୍ଥନୀତି ଦୋହଲି ଯାଇଥିବା ବେଳେ ଅଭିବୃଦ୍ଧି ହାର ତଳକୁ ଖସିଯାଇଛି।

ଗତ ଆର୍ଥିକ ବର୍ଷର ଶେଷ ତ୍ରୟମାସ (ଜାନୁଆରି-ମାର୍ଚ୍ଚ)ରେ ଦେଶର ମୋଟ ଘରୋଇ ଉତ୍ପାଦ ବା ଜିଡିପି ଅଭିବୃଦ୍ଧି ହାର ୫.୮ ପ୍ରତିଶତ ରହିଥିଲା। କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ପ୍ରକାଶିତ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ଅର୍ଥାତ୍‌ ଏପ୍ରିଲ-ଜୁନ୍‌ ପାଇଁ ଜିଡିପି ଅଭିବୃଦ୍ଧି ହାର ୫ ପ୍ରତିଶତକୁ ଖସିଆସିଛି।

ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଲୋକଙ୍କ ଚାହିଦା ଓ ଘରୋଇ ନିବେଶ ହ୍ରାସ ସମେତ ଚୀନ୍ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଦେଶର ଅଭିବୃଦ୍ଧିକୁ ପ୍ରଭାବିତ କରିଛି।

ମତାମତ ଦିଅନ୍ତୁ ।