April 4, 2020

ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ହୋଇ ପାରିନି

ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ସମୟରେ ଲ୍ୟାଣ୍ଡର ବିକ୍ରମ ସହିତ ଇସ୍ରୋ ଯୋଗାଯୋଗା ବିଚ୍ଛିନ୍ନ ହୋଇଥିଲା। ସେହି ସମୟ ଠାରୁ ପ୍ରୟାସ ଜାରି ରହିଛି। କିନ୍ତୁ ଏଯାଏ ବିକ୍ରମ ସହ କୌଣସି ଯୋଗାଯୋଗ ହୋଇ ପାରୁ ନଥିବା ଇସ୍ରୋ କହିଛି।

ଇସ୍ରୋର ଅଫିସିଆଲ ଟ୍ୱିଟରେ ଆଜି ଦିଆଯାଇଥିବା ତଥ୍ୟ ଅନୁଯାୟୀ ଚନ୍ଦ୍ରଯାନ-୨ର ଅର୍ବିଟର ବିକ୍ରମର ଫଟୋ ଉଠାଇଛି। ଆମେ ବିକ୍ରମକୁ ଦେଖି ପାରୁଥିଲେ ହେଁ ଏଯାଏ ଏହା ସହ କୌଣସି ଯୋଗାଯୋଗ ହୋଇପାରିନି। ଏବେ ଇସ୍ରୋର ବୈଜ୍ଞାନିକମାନେ ଯୋଗାଯୋଗ ପାଇଁ ପୁରା ଦମରେ ଚେଷ୍ଟା କରୁଛନ୍ତି ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଗୋଟିଏ ଚନ୍ଦ୍ର ଦିବସ ଭାରତର ୧୪ ଦିନ ସହ ସମାନ। ତେଣୁ ଇସ୍ରୋ ପାଖରେ ବିକ୍ରମ ସହ ଯୋଗାଯୋଗ କରିବାକୁ ଏବେ କେବଳ ୧୦ ଦିନ ସମୟ ରହିଛି। କାରଣ ୭ ତାରିଖରୁ ପରବର୍ତ୍ତୀ ୧୪ ଦିନ ଯାଏ ଚନ୍ଦ୍ରପୃଷ୍ଠରେ ଦିନ ରହିବ।

Leave a Reply

Your email address will not be published. Required fields are marked *