April 7, 2020

ୟୁଏନଏଚଆରସିରେ ଭାରତ ଦେଲା ପାକ୍ କୁ ଦୃଢ ଜବାବ

ନୂଆଦିଲ୍ଲୀ : ଭାରତ ମିଳିତ ଜାତିସଂଘ ମାନବାଧିକାର ପରିଷଦ (ୟୁଏନଏଚଆରସି)ରେ ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଦୃଢ ଜବାବ ଦେଇଛି। ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଜାମ୍ମୁ-କାଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ମିଥ୍ୟାର କାହାଣୀ ଆତଙ୍କବାଦର କେନ୍ଦ୍ରୁ ଆସୁଛି। ଭାରତର ବୈଦେଶିକ ମନ୍ତ୍ରଣାଳୟର ସଚିବ ବିଜୟ ଠାକୁର ସିଂହ କହିଥିଲେ କାଶ୍ମୀରରେ ଅବସ୍ଥା ଏବେ ସ୍ଵାଭାବିକ ହେବାରେ ଲାଗିଛି। ଏହି ସମୟରେ ପାକିସ୍ତାନରେ ଭାରତର ରାଷ୍ଟ୍ରଦୂତ ଭାବେ କାମ କରିଥିବା ଅଜୟ ବିସାରିୟା ମଧ୍ୟ ଉପସ୍ଥିତ ଥିଲେ। 

ସୂଚନାଯୋଗ୍ୟ ଯେ, ୟୁଏନଏଚଆରସିରେ କାଶ୍ମୀରର ସ୍ଥିତି ନେଇ ୧୧୫ ପୃଷ୍ଠାର ମିଥ୍ୟା ତଥ୍ୟକୁ ଆଧାରକରି ପାକିସ୍ତାନ ଭାରତ ଉପରେ ଆରୋପ ଲଗାଇଥିଲା। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀ କାଶ୍ମୀରରେ ମାନବାଧିକାର ଉଲ୍ଲଂଘନ ହୋଇଥିବା ଅଭିଯୋଗ ଆଣିଥିଲେ।

Leave a Reply

Your email address will not be published. Required fields are marked *