ଆତଙ୍କବାଦୀଙ୍କ ସମ୍ପର୍କରେ କଂଗ୍ରେସ ନେତାଙ୍କ ଭାଇ,୧୨ଜଣଙ୍କ ନାଁରେ ମାମଲା

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତାଙ୍କ ଭାଇ ସହିତ ଆତଙ୍କବାଦୀ ସଙ୍ଗଠନର ସମ୍ପର୍କ ରହିଛି। କେବଳ ଏପରି ଅଭିଯୋଗ ହୋଇନି। ଜମ୍ମୁ-କାଶ୍ମୀର କିସ୍ତଓ୍ବାଡ଼ରେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜହିଦ୍ଦିନ ସହ ସମ୍ପର୍କ ରଖିଥିବା ଯୋଗୁ ୧୨ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।

ଖବର ସମ୍ପର୍କରେ ଜଣେ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ନେଇ ପୃଥକ ପୃଥକ ଏଫଆଇଆର ଆଧାରରେ ଦୁଇଟି ମାମଲା ରୁଜୁ କରାଯାଇଛି।ପ୍ରଥମ ଏଫଆଇଆରରେ ୬ଜଣଙ୍କ ନାଁ ରହିଥିବା ବେଳେ ଦ୍ଵିତୀୟରେ ରାଜ୍ୟ କଂଗ୍ରେସ୍ ଉପାଧ୍ୟକ୍ଷ ଓ ପୂର୍ବତନ ମନ୍ତ୍ରୀ ଜି ଏମ୍ ସରୁରୀଙ୍କ ଭାଇ ମହମ୍ମଦ ଶଫି ଓ ଅନ୍ୟ ୬ଜଣଙ୍କ ନାଁ ରହିଛି। ଅଭିଯୁକ୍ତ ଫେରାର ଥିବାରୁ ପୋଲିସ୍ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

ମତାମତ ଦିଅନ୍ତୁ ।