ଗାନ୍ଧୀ ଜୟନ୍ତୀରେ ସ୍ୱତନ୍ତ୍ର ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ୧୫୦ ଟଙ୍କିଆ ସ୍ମରଣିକା ମୁଦ୍ରାର ଉନ୍ମୋଚନ କରିଛନ୍ତି ।
ଏହି ଅବସରରେ ଅନୁଷ୍ଠିତ ସମାରୋହରେ ସେ କହିଛନ୍ତି ଯେ ଆଜିକାଲି ବିଶ୍ୱ ସମ୍ମୁଖୀନ ହେଉଥିବା ସବୁ ସମସ୍ୟାର ସମାଧାନ ମହାତ୍ମାଙ୍କ ଦର୍ଶନ ଓ ବାଣୀରେ ରହିଛି। ଆଜି ଭାରତ ଖୋଲା ଶୌଚ ମୁକ୍ତ ଦେଶ ହୋଇପାରିଛି। ଦେଶକୁ ସ୍ୱଚ୍ଛ ଓ ନିର୍ମଳ ରଖିପାରିଲେ ଗାନ୍ଧିଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ। ଗାନ୍ଧୀଜୀଙ୍କ ସାବରମତୀ ଆଶ୍ରମ ଗସ୍ତ କରିବା ପରେ ସାବରମତୀ ନଦୀ କୂଳରେ ଅନୁଷ୍ଠିତ ଏହି ସଭାରେ ସେ କହିଛନ୍ତି ମିଳିତ ଜାତିସଂଘ ମହାତ୍ମାଙ୍କ ଜୟନ୍ତୀକୁ ଉତ୍ସାହର ସହ ପାଳନ କରୁଛି। କିଛିଦିନ ତଳେ ଜାତିସଂଘ ମହାତ୍ମାଙ୍କ ସ୍ମୃତିରେ ଏକ ଡାକଟିକଟ ଉନ୍ମୋଚନ କରିଥିଲା। ସାବରମତୀ ଆଶ୍ରମର ପରିଦର୍ଶକ ପୁସ୍ତିକାରେ ସେ ଲେଖିଛନ୍ତି ମହାତ୍ମାଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ଆମେ ପାଳନ କରିପାରିଛେ।

ମତାମତ ଦିଅନ୍ତୁ ।