April 7, 2020

ଭାଇରାଲ ହେଲା ବିଜେପି ନେତାଙ୍କ ଆପତ୍ତିଜନକ ଭିଡିଓ

ନୂଆଦିଲ୍ଲୀ : ଡାମନ ଓ ଡିଉର ବିଜେପି ଅଧ୍ୟକ୍ଷ ଗୋପାଳ ଟଣ୍ଡେଲଙ୍କ ଆପତ୍ତିଜନକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ପରେ ଏହାକୁ ନେଇ ଚର୍ଚ୍ଚା ବଢୁଛି। ୩୬ ସେକେଣ୍ଡର ଏହି ଭିଡିଓରେ ​‌ଜଣେ ମହିଳାଙ୍କ ସହ ବିଜେପି ନେତା ଆପତ୍ତିଜନକ ଅବସ୍ଥାରେ ଛିଡ଼ା ହୋଇଥିବା ଦୃଶ୍ୟ ରହିଛି। ଭାଇରାଲ ଭିଡିଓଟି ପାଖାପାଖି ଦୁଇ ବର୍ଷ ତଳର ବୋଲି କୁହାଯାଉଥିବା ବିଜେପି ଅଭିଯୋଗ କରିଛି ବେଳେ ଭାଇରାଲ ପଛରେ ରହିଛି କଂଗ୍ରେସ ନେତାଙ୍କ ହାତ।

ଖବର ଅନୁଯାୟୀ କଂଗ୍ରେସ ନେତା ଦିନେଶ କାଚାଡ଼ିଆ ଓ ତାଙ୍କ ଗ୍ୟାଙ୍ଗ୍ ଦୁଇ ବର୍ଷ ତଳେ ଏଡିଟ୍‌ କରି ଏହି ଭିଡ଼ିଓ ତିଆରି କରି ବ୍ଲାକମେଲିଂ କରୁଥିଲେ। ଦିନେଶ କଚାଡିଆ ସୁରଟରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ଧରାପଡିଥିଲେ। ଅଭିଯୁକ୍ତଙ୍କ ମୋବାଇଲରେ ଏହି ଭିଡ଼ିଓ ରହିଥିଲା। ସେମାନେ ଜେଲ ଯିବା ବେଳେ ଯାହାଙ୍କୁ ମୋବାଇଲ ଦେଇ ଯାଇଥିଲା ସେହି ବ୍ୟକ୍ତି ଏହି ଭିଡ଼ିଓ ଭାଇରାଲ କରିଥିବା ବିଜେପି କହିଛି। ଅନ୍ୟପକ୍ଷରେ ଟଣ୍ଡେଲ କହିଛନ୍ତି ଏହି ଘଟଣାର ଯାଞ୍ଚ କରାଯାଉଛି। ଘଟଣା ସମ୍ପର୍କରେ ସେ ଥାନାରେ ଏତଲା ଦେଇଛନ୍ତି। କିନ୍ତୁ କାହା ବିରୋଧରେ ଅଭିଯୋଗ କରିଛନ୍ତି ସ୍ପଷ୍ଟ କରିନାହାନ୍ତି।

Leave a Reply

Your email address will not be published. Required fields are marked *