April 7, 2020

ନିୟମ ବଦଳିଲେ ମହଙ୍ଗା ହେବ ଔଷଧ

ନୂଆଦିଲ୍ଲୀ : ଔଷଧ ମୂଲ୍ୟ ନିୟନ୍ତ୍ରଣ ନେଇ ଗଠିତ ସ୍ଥାୟୀ ରାଷ୍ଟ୍ରୀୟ ସମିତି (ଷ୍ଟାଡିଂ ନ୍ୟାସନାଲ କମିଟି ଅନ୍ ମେଡିସିନ୍) ଗୁରୁତ୍ଵପୂର୍ଣ୍ଣ ଔଷଧର ସୂଚୀ ଅପଡେଟ୍ କରିବାକୁ ଯାଉଛି। ଏଥିପାଇଁ ସମିତି ଓ ହିତଧାରକ (ଷ୍ଟେକହୋଲଡରର୍ସ)ଙ୍କ ବୈଠକ ୪ ନଭେମ୍ବରରୁ ଆରମ୍ଭ ହେବ। ଯଦି ସୂଚୀ ଅପଡେଟ୍ ହୁଏ ତେବେ ଔଷଧ ନିର୍ମାତାମାନେ ଔଷଧର ମୂଲ୍ୟ ପ୍ରତି ବର୍ଷ ୧୦ ପ୍ରତିଶତ ବୃଦ୍ଧି କରିପାରନ୍ତି।

ରିପୋର୍ଟ ଅନୁଯାୟୀ ପ୍ରାୟ ୧ ବର୍ଷ ପୂର୍ବରୁ ୫ କୋଟି ଟଙ୍କାରୁ ଅତି କମ୍ ପ୍ରତି ଡୋଜ୍ ଥିବା ଔଷଧର ମୂଲ୍ୟ ନିୟନ୍ତ୍ରଣ ସୂଚୀରୁ ବାହାର କରାଯିବା ପାଇଁ ଚେଷ୍ଟା କରାଯାଉଛି। ଏଥିପାଇଁ ଉଦ୍ୟୋଗ ପ୍ରତିନିଧି ସରକାରଙ୍କୁ ସାକ୍ଷତ କରିଥିଲେ। ତେଣୁ ଉଦ୍ୟୋଗ ପ୍ରତିନିଧିଙ୍କ ପ୍ରସ୍ତାବକୁ ବିଚାର କରାଯିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *