ବଡ଼ ଧରଣର ଆତଙ୍କୀ ଆକ୍ରମଣ କରିବାକୁ ଜୈଶର ଯୋଜନା

ନୂଆଦିଲ୍ଲୀ : ଅଯୋଧ୍ୟା ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ସାଂପ୍ରଦାୟିକ ଅଶାନ୍ତି ସୃଷ୍ଟି କରିବାକୁ ପ୍ରୟାସ କରୁଛି। ଦେଶରେ ସେମାନେ ବଡ ଧରଣର ଆକ୍ରମଣ କରିପାରନ୍ତି। ଗୁଇନ୍ଦା ବିଭାଗ ଏହି ସୂଚନା ଦେଇଛି। ଏହି ମିଶନ କାର୍ଯ୍ୟକାରୀ କରିବା ନିମନ୍ତେ ଆତଙ୍କବାଦୀମାନେ ‘ଡାର୍କ ଓ୍ବେବ’ ଜରିଆରେ କଥାବାର୍ତ୍ତା କରୁଛନ୍ତି। ଯାହାକୁ ଡିକୋଡ୍ କରିବାକୁ ସୁରକ୍ଷା ଏଜେନ୍ସି ପାଇଁ କଷ୍ଟକର ହେଉଛି।

ପୂର୍ବରୁ ଗୁଇନ୍ଦା ସଂସ୍ଥା ‘ର’ ଏବଂ ‘ଆଇବି’ ଦେଇଥିବା ସୂଚନା ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଘଟିପାରେ। ଏ ନେଇ ଦିଲ୍ଲୀ ସରକାରଙ୍କୁ ସତର୍କ କରାଯାଇଛି। ସମସ୍ତ ଗୁଇନ୍ଦା ସଂସ୍ଥା ପ୍ରାୟ ଏକା ପ୍ରକାରର ସୂଚନା ଦେଇଥିବା ବେଳେ ଅଯୋଧ୍ୟା ରାୟ ପରିପ୍ରେକ୍ଷୀରେ ପାକିସ୍ତାନୀ ଆତଙ୍କବାଦୀମାନେ ସାଂପ୍ରଦାୟିକ ଅଶାନ୍ତି ସୃଷ୍ଟି କରିବା ପାଇଁ କିଛି ବି କରିପାରନ୍ତି। ତେଣୁ ଏଥିପ୍ରତି ନଜର ଦେଇ ଗୁଇନ୍ଦା ଏଜେନ୍ସି ଗୁଡିକ ନିଜ ନିଜ ସ୍ତରରେ କାମ କରୁଛନ୍ତି।

ମତାମତ ଦିଅନ୍ତୁ ।