Breaking News ଦେଶ-ବିଦେଶ

ଶିବସେନାକୁ ଏନସିପି କହିଲା ଏନଡିଏ ଛାଡିବା ପରେ ସମର୍ଥନ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ରାଜନୀତି ନାଟକୀୟ ମୋଡ଼ ନେଇଛି। ବିଜେପି ସରକାର ଗଠନରୁ ଓହରିବା ପରେ ରାଜନୀତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଓ କଂଗ୍ରେସ ମେଣ୍ଟକୁ ନେଇ ଶିବସେନା ସରକାର ଗଢିବାକୁ ଉଦ୍ୟମ ଆରମ୍ଭ କରିଛି। କିନ୍ତୁ ସମର୍ଥନ ଦେବାକୁ ସର୍ତ୍ତ ରଖିଛି ଏନସିପି। କହିଛି ପ୍ରଥମେ ବିଜେପି ସହ ସଂପର୍କ ଛିନ୍ନ କରି ଏନଡିଏରୁ ବାହାରିକୁ ପଡିବ। ଯଦି ଏହା ହୁଏ ଶିବସେନା ଏନସିପି ସମର୍ଥନରେ ସରକାର ଗଠନ କରିବ। ଏନସିପି-କଂଗ୍ରେସ ମେଣ୍ଟ ବାହାରୁ ଦେବ ସମର୍ଥନ। ତେବେ ଏନସିପି ନେତା ନଓ୍ଵାବ ମଲିକ କହିଛନ୍ତି ରାଜ୍ୟପାଳ ଶିବସେନାକୁ ସରକାର ଗଠନ କରିବାକୁ ଆମନ୍ତ୍ରିତ କଲେ ଆମେ ପରବର୍ତ୍ତୀ ପଦକ୍ଷେପ ବିଷୟରେ ଚିନ୍ତା କରିବୁ। ଅନ୍ୟପକ୍ଷରେ ଆସନ୍ତା ନଭେମ୍ବର ୧୨ରେ ଏନସିପି ବିଧାୟକ ଦଳର ବୈଠକ ଡାକିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।