ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଦାବି କଲା ଶିବସେନା, କଂଗ୍ରେସ ଦେବ ବାହାରୁ ସମର୍ଥନ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୈତିକ ଅଚଳାବସ୍ଥା ଦୂର ହେବାକୁ ଯାଉଛି। ଶିବସେନା ନେତୃତ୍ୱରେ ଗଠନ ହେବ ସରକାର। ଶିବସେନା ନେତା ଆଦିତ୍ୟ ଠାକରେ ଦଳର କେତେକ ବରିଷ୍ଠ ନେତାଙ୍କ ସହ ମହାରାଷ୍ଟ୍ର ରାଜଭବନରେ ପହଞ୍ଚି ରାଜ୍ୟପାଳ ଭଗତ ସିଂ କୋସ୍ୟାରୀଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି।

ଏନସିପି ସହ ଶିବସେନା ମେଣ୍ଟ କରି ସରକାର ଗଢ଼ିବ। ବାହାରୁ କଂଗ୍ରେସ ଦେବ ସମର୍ଥନ। ମୁଖ୍ୟମନ୍ତ୍ରୀ ପଦବୀ ଶିବସେନା ପାଖରେ ରହିବ ବୋଲି ସ୍ଥିର ହୋଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଏନସିପି ପାଖରେ ରହିବ। ପୂର୍ବରୁ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଫୋନ କରି କଥା ହୋଇଥିଲେ। କିନ୍ତୁ ସୋନିଆ ନିଜର ନିଷ୍ପତ୍ତି ସାର୍ବଜନୀନ କରିନାହାନ୍ତି। ସମର୍ଥନର ସର୍ତ୍ତାବଳୀ ସଂପର୍କରେ ଏବେ ବି କଂଗ୍ରେସରେ ବିଚାର ବିମର୍ଷ ଜାରି ରହିଥିବା ଜଣାପଡିଛି। ଆଜି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏନସିପି ନେତା ଶରଦ ପାଓ୍ଵାରଙ୍କ ସହ ଆଲୋଚନା କରି ସମର୍ଥନ ଲୋଡିଥିଲେ। ତେବେ ସମର୍ଥନ ବ୍ୟାପାରରେ କଂଗ୍ରେସର ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରେ ବୋଲି ଶରଦ ଜଣାଇ ଦେଇଥିଲେ।

ମତାମତ ଦିଅନ୍ତୁ ।