ଫେବୃଆରୀ ୧୮ରେ ଦେଶବ୍ୟାପୀ ରେଳରୋକ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭା ଏବଂ ଲୋକସଭା ଉଭୟ ଗୃହରେ ନୂତନ କୃଷି ଆଇନକୁ ନେଇ କୃଷକଙ୍କୁ ଅସ୍ବସ୍ତ କରିଛନ୍ତି ଯେ, ଏହାଦ୍ବାରା ସେମାନଙ୍କର ହିଁ ଲାଭ ହେବ । ଏହାସହ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଅପିଲ୍ କରିଛନ୍ତି ଯେ, କୃଷକ ଆନ୍ଦୋଳନ ବନ୍ଦ କରନ୍ତୁ, ସରକାର ସେମାନଙ୍କ ସଂପର୍କରେ ରହିବେ । କୃଷି ଆଇନକୁ ନେଇ ଯାହା ବି ଆଶଙ୍କା ରହିଛି ତାହାକୁ ଦୂର କରାଯିବ । ମାତ୍ର କୃଷକମାନେ ସେମାନଙ୍କ ଜିଦ୍ ରେ ଅଟଳ । ଆନ୍ଦୋଳନରତ କୃଷକ ସଂଗଠନ ଫେବୃଆରୀ ୧୮ ତାରିଖରେ ୪ ଘଣ୍ଟିଆ ରାଜ୍ୟବ୍ୟାପୀ ‘ରେଳରୋକ’ ଅଭିଯାନର ଘୋଷଣା କରିଛି । କୃଷକମାନେ ୨୦୧୯ରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଜବାନଙ୍କ ଉଦ୍ଦେଶ୍ୟରେ ଫେବୃଆରୀ ୧୪ରେ ଏକ କ୍ୟାଣ୍ଡେଲ ରାଲି କରାଯିବା ନେଇ ନିଷ୍ପତ୍ତି ନେଇଛି ।

ସଂଯୁକ୍ତ କିସାନ ମୋର୍ଚ୍ଚା ଏହା ମଧ୍ୟ ଘୋଷଣା କରିଛି ଯେ, ଏକ ସପ୍ତାହର ବିରୋଧ ରଣନୀତିରେ ରାଜସ୍ଥାନରେ ଫେବୃଆରୀ ୧୨ରେ ଟୋଲ୍ ସଂଗ୍ରହ କରିବାକୁ ଦିଆଯିବନାହିଁ । ଦେଶବ୍ୟାପୀ ଫେବୃଆରୀ ୧୮ ଅପରାହ୍ନ ୧୨ଟାରୁ ଦିନ ୪ଟା ପର୍ଯ୍ୟନ୍ତ ରେଳ ରୋକ କରାଯିବ ।

ଭାରତୀୟ କିସାନ ୟୁନିୟନ ନେତା ରାକେଶ ଟିକାୟତ କହିଛନ୍ତି ଯେ, ଆନ୍ଦୋଳନକାରୀ କୃଷକ ସରକାର ପରିବର୍ତ୍ତନ କରିବାକୁ ଚାହୁଁନାହାନ୍ତି ବରଂ ନିଜ ସମସ୍ୟାର ସମାଧାନ ଚାହୁଁଛନ୍ତି । ସିଙ୍ଘୁ ବର୍ଡରରେ କୃଷକମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, ତିନୋଟି ନୂଆ କୃଷି ଆଇନ ବିରୋଧରେ ସେତେବେଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଯେତେବେଳ ପର୍ଯ୍ୟନ୍ତ କେନ୍ଦ୍ର ସରକାର କୃଷକଙ୍କ ପ୍ରସଙ୍ଗର ସମାଧାନ କରିନାହାନ୍ତି । ଆମେ କୃଷି ଆଇନକୁ ନିରସ୍ତ୍ର କରିବା ଏବଂ ଏମଏସପି ଉପରେ ଆଇନ ଆଣିବାକୁ ଚାହୁଁଛୁ । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ସୀମାରେ ଗତ ୭୮ ଦିନ ହେବ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button