ନୟାଗଡ଼ରେ ନକଲି ଟଙ୍କା ଛପା କାରଖାନା

ନୟାଗଡ଼ : ନୟାଗଡ଼ ସହରରୁ ନକଲି ଟଙ୍କା ଛପା କାରଖାନା ଠାବ ହୋଇଛି। ଏହି ଟଙ୍କା ଦେଇ ଗାଡ଼ି କିଣିବା ଉଦ୍ୟମ କରୁଥିବା ବେଳେ ପୋଲିସ ଅଭିଯୁକ୍ତକୁ ଧରିଛି।

ଖବର ଅନୁଯାୟୀ ଗାଡି କିଣିବା ପାଇଁ ଦୁଇଜଣ ଶୋ ରୁମ୍‌କୁ ଯାଇ ୧.୨୫ ଲକ୍ଷର ନକଲି ନୋଟ୍ ଦେଇଥିଲେ। ସୋରୁମ୍ ମାଲିକର ସନ୍ଦେହ ହେବାରୁ ସେ ପୋଲିସ୍‌କୁ ଖବର ଦେଇଥିଲେ। ଟଙ୍କା ନକଲି ଜଣାପଡ଼ିବାରୁ ପୋଲିସ୍ ୨ ଜଣଙ୍କୁ ଥାନାକୁ ନେଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ନକଲି ଟଙ୍କା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ଏହି ବ୍ୟକ୍ତିଙ୍କ ଘର ଖଣ୍ଡପଡ଼ା ଥାନା କୋସ୍କାରେ। ସେ ନୟାଗଡ଼ରେ ଘରଭଡ଼ା ନେଇ ନକଲି ଟଙ୍କା ତିଆରି କରୁଥିଲେ। ଭଡ଼ା ଘରୁ ଲାପ୍‌ଟପ୍, କମ୍ପ୍ୟୁଟର, ପ୍ରିଣ୍ଟର ଓ ନୋଟ୍ କାଗଜ ଜବତ ହୋଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।