ନୟାଗଡରୁ ରଥକାଠ ଅନୁକୂଳ

ନୟାଗଡ଼ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ନୟାଗଡରୁ ରଥକାଠ ଅନୁକୂଳ ହୋଇଛି। ପରଂପରା ଅନୁଯାୟୀ ମଙ୍ଗଳବାର ପ୍ରସିଦ୍ଧ ମଣୀଭଦ୍ରା ପାହାଡ ନିକଟବର୍ତ୍ତିର୍ତି ମା’ ବଡରାଉଳଙ୍କ ପୀଠକୁ ପ୍ରଭୂ ଜଗନ୍ନାଥଙ୍କ ଲାଗିମାଳ ଆସିଥିଲା। ମା’ ବଡରାଉଳଙ୍କ ପୀଠରେ ହୋମ ଓ ପାରଂପାରିକ ପୂଜାବିଧି ସରିବା ପରେ ଶ୍ରୀକ୍ଷେତ୍ରରୁ ଆସିଥିବା ଭୋଇ ସେବକମାନେ ସୁନା କୁରାଢୀ ଓ ରୂପା କୁରାଢୀରେ ରଥ ପାଇଁ କାଠ ଅନୂକୁଳ କରିଥିଲେ। ଏହି ରଥକାଠ ଅନୂକୁଳ ବିଧିରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ ଡି ଅନୂକୁଳ ହୋମରେ କର୍ତ୍ତା ହୋଇ ବଟୁ ଗ୍ରହଣ ପୂର୍ବକ ମା’ ବଡରାଉଳଙ୍କ କୃପାଭିକ୍ଷା କରିଥିଲେ।

ମତାମତ ଦିଅନ୍ତୁ ।