ଏନ୍‌ସିବିରେ ହାଜର ହେଲେ ଅଭିନେତ୍ରୀ ଦୀପିକା ପାଦୁକୋନ୍

ମୁମ୍ବାଇ : ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନେକ୍ରୋଟିକ୍ସ୍‌ କଣ୍ଟ୍ରୋଲ୍ ବ୍ୟୁରୋ ବା ଏନ୍‌ସିବି ଖୋଳତାଡ ଜାରି ରଖିଛି। ମୁମ୍ବାଇସ୍ଥିତ ଏନ୍‌ସିବି କାର୍ଯ୍ୟାଳୟରେ ଆଜି ହାଜର ହୋଇଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍। ତାଙ୍କ ମ୍ୟାନେଜର୍ କରିସ୍ମା ପ୍ରକାଶଙ୍କ ସମେତ ଶ୍ରଦ୍ଧା କପୁର ଓ ସାରା ଅଲି ଖାଁ ହାଜର ହୋଇଛନ୍ତି।

ମୁଖ୍ୟତଃ ଦୀପିକାଙ୍କୁ ୫ରୁ ୬ଟି ଦିଗକୁ ନେଇ ପ୍ରଶ୍ନ କରାଯିବ। ଏହାଛଡା କରିସ୍ମାଙ୍କୁ ଡ୍ରଗ୍ସ କାହା ପାଇଁ ମାଗିଥିଲେ ? ଡ୍ରଗ୍ସ ସିଏ ନିଅନ୍ତି ନା ଆଉ କାହାକୁ ଦେଇଥିଲେ ? କେତେ ଥର ଡ୍ରଗ୍ସ ନେଇଥିଲେ ? ସୁଶାନ୍ତ ଡ୍ରଗ୍ସ ନେଉଥିବା ସେ ଜାଣିଥିଲେ କି ? କେଡବ୍ଲ୍ୟୁଏଏନ କମ୍ପାନିର କର୍ମଚାରୀ ଡ୍ରଗ୍ସ ଯୋଗାଣରେ ସାମିଲ ଥିଲେ କି ? ଏସବୁ ଦିଗକୁ ନେଇ ଏନ୍‌ସିବି ପ୍ରଶ୍ନ କରିପାରେ। ସେହିପରି ଯେଉଁ ହ୍ୱାଟସ୍‌ ଆପ୍‌ ଗ୍ରୁପରେ ଏହି ସନ୍ଦେହଜନକ ଚାର୍ଟ ମିଳିଛି ତାର ଆଡମିନ୍ ଥିଲେ ଦୀପିକା। ଏଥିରେ ଜୟା, କରସ୍ମାଙ୍କ ସମେତ ଅନ୍ୟ ନାମୀ ଦାମୀ କଳାକାର ସଦସ୍ୟ ଥିଲେ। ଏହା କେବଳ ଡ୍ରଗ୍ସ ପାଇଁ ବ୍ୟବହାର ହେଉଥିଲା କି ନାହିଁ ତାହାର ମଧ୍ୟ ତଦନ୍ତ ହେବ।

ସୂଚନାଯୋଗ୍ୟ, ଗତକାଲି ଅଭିନେତ୍ରୀ ରକୁଲପ୍ରୀତଙ୍କୁ ୪ ଘଣ୍ଟା ଓ କରିସ୍ମାଙ୍କୁ ୭ ଘଣ୍ଟା ଜେରା କରିଥିଲା ଏନ୍‌ସିବି। ସେହିପରି ଧର୍ମା ପ୍ରଡକସନ୍‌ର ଅନ୍ୟତମ କାର୍ଯ୍ୟକାରୀ ନିର୍ଦ୍ଦେଶକ ଖିତିଜ୍‌ଙ୍କୁ ଜେରା ପରେ ଅଟକ ରଖାଯାଇଛି। ଏହାଛଡ଼ା ଅନ୍ୟ ଜଣେ ଠିକା କର୍ମଚାରୀ ଅନୁଭବ ଚୋପ୍ରାଙ୍କୁ ପଚରାଉଚରା ହୋଇଛି ।

ମତାମତ ଦିଅନ୍ତୁ ।