ଲାଇଭ୍ ଶୋରେ ଆଙ୍କରଙ୍କ ମୁହଁରୁ ଖସିପଡ଼ିଲା ଦାନ୍ତ

ନୂଆଦିଲ୍ଲୀ: ଜଣେ ନ୍ୟୁଜ ଆଙ୍କରଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଏହାକୁ ଦେଖିବା ପରେ ଅନେକ ମହିଳାଙ୍କ ଧୈର୍ଯ୍ୟକୁ ପ୍ରଶଂସା କରୁଛନ୍ତି । ଏକ ଲାଇଭ୍ ଶୋରେ ମହିଳା ଜଣଙ୍କ ନ୍ୟୁଜ୍ ପଢ଼ୁଥିବାବେଳେ ତାଙ୍କର ଗୋଟିଏ ଦାନ୍ତ ବାହାରକୁ ଖସିପଡ଼ିଥିଲା । ଭିଡିଓଟି ୟୁକ୍ରେନର ହୋଇଥିବାବେଳେ ମହିଳା ଆଙ୍କରଙ୍କ ନାମ ମାରିଚକା ପଡଲୋକ । ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ୨୦ ବର୍ଷର କ୍ୟାରିଅରରେ ଏପରି ପ୍ରଥମଥର ଘଟିଛି । ତେବେ ସେ ଦାନ୍ତ ଖସୁଥିବା ଅନୁଭବ କରି ତୁରନ୍ତ ଏହାକୁ ହାତ ମାରି ସମ୍ଭାଳି ନେଇଥିଲେ ।

ମତାମତ ଦିଅନ୍ତୁ ।