ଅସଦାଚରଣ ଅଭିଯୋଗ, ପୂର୍ବତନ ବିଧାୟକଙ୍କ ପୁଅ ନାଁ’ରେ ମାମଲା

ନୂଆଦିଲ୍ଲୀ : ହାଇଦ୍ରାବାଦ ମାଧାପୁରର ଏକ ହୋଟେଲରେ ମହିଳା ମଡେଲଙ୍କୁ ଯୌନ ନିର୍ଯ୍ୟାତନା। ଏହି ଅଭିଯୋଗ ତେଲେଙ୍ଗାନାର ପୂର୍ବତନ ବିଜେପି ବିଧାୟକ ନନ୍ଦେଶ୍ଵର ଗୌଡଙ୍କ ପୁଅ ଆଶିଷ ଗୌଡଙ୍କ ବିରୋଧରେ ହୋଇଛି। ବିଗବସ୍-୨ର ପ୍ରତିଯୋଗୀ ସଞ୍ଜନାଙ୍କ ଅଭିଯୋଗ ଆଧାରରେ ଆଶିଷଙ୍କ ନାମରେ ମାମଲା ରୁଜୁ ହୋଇଛି।
ସଞ୍ଜନା ଅଭିଯୋଗ ହେଲା ସେ ତାଙ୍କ ବାନ୍ଧବୀଙ୍କ ସହିତ ହୋଟେଲର ଏକ କୋଣରେ ଠିଆ ହୋଇ ଗୀତ ଶୁଣୁଥିଲେ। ଏହି ସମୟରେ ଆଶିଷ ଓ ତାଙ୍କର ଦୁଇଜଣ ସାଙ୍ଗ ଆସି ଅସଦାଚରଣ କରିଥିଲେ। ଆଶିଷ ତାଙ୍କ ହାତ ଧରିବା ସହିତ ବାନ୍ଧବୀମାନଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ। ହୋଟେଲ ଭିତରେ ଜଣେ ବାଉନ୍ସର ଥିଲେ ମଧ୍ୟ ସେ ତାଙ୍କୁ ସାହାର୍ଯ୍ୟ କରିବା ବଦଳରେ ଆଶିଷଙ୍କୁ ସମର୍ଥନ କରିଥିଲେ। ତାଙ୍କୁ ହୋଟେଲରୁ ବାହାରିଯିବାକୁ କହିଥିଲେ ବୋଲି ସଞ୍ଜନା ଦର୍ଶାଇଛନ୍ତି। ମାଧାପୁର ପୋଲିସ ହୋଟେଲର ସିସିଟିଭି ଫୁଟେଜ୍ ଜରିଆରେ ମାମଲାର ତଦନ୍ତ କରୁଥିବା ଜଣାପଡିଛି।