Sat. Dec 14th, 2019

ପାକିସ୍ତାନର କର୍ତ୍ତାରପୁର ଯାଇଥିବା ଶିଖ ଯୁବତୀଙ୍କୁ ଅପହରଣ, ୪ ଗିରଫ

ନୂଆଦିଲ୍ଲୀ : ଶିଖ ତୀର୍ଥଯାତ୍ରୀ ଦଳ ସହିତ ପାକିସ୍ତାନର କର୍ତ୍ତାରପୁର ଯାଇଥିବା ଯୁବତୀଙ୍କୁ ଅପହରଣ କରାଯାଇଛି। ଏ ନେଇ ଅଭିଯୋଗ ହେବା ପରେ ପାକିସ୍ତାନ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

ମିଳିଥିବା ସୂଚନା ହେଲା କର୍ତ୍ତାରପୁରରେ ଥିବା ଗୁରୁଦ୍ୱାରା ଦରବାର ସାହେବକୁ ଦର୍ଶନ କରିବାକୁ ନଭେମ୍ବର ୩୦ ତାରିଖରେ ଯୁବତୀ ଜଣକ ତୀର୍ଥଯାତ୍ରୀ ଦଳ ସହ ଯାଇଥିଲେ। ସେଠାରୁ ତାଙ୍କୁ ଅପହରଣ କରାଯାଇଥିଲା। ଏହି ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତିମାନେ ଲାହୋର ଓ ଫୈସଲାବାଦ ଅଞ୍ଚଳର ବୋଲି ଜଣାପଡିଥିଲେ ହେଁ ଉକ୍ତ ଯୁବତୀକୁ ଉଦ୍ଧାର କରାଯାଇପାରିନାହିଁ।

Leave a Reply

Your email address will not be published. Required fields are marked *