Sat. Dec 14th, 2019

କାର୍‌ରେ ଛାତ୍ରୀଙ୍କୁ ଅପହରଣ କରି ଦୁଷ୍କର୍ମ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ଲଜ୍ଜା। ପୋଲିସ ଗାଡ଼ିରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ଗଣ ଦୁଷ୍କର୍ମ କରାଯାଇଛି। ଏହି ଘଟଣା ମିର୍ଜାପୁରରେ ଘଟିଥିବା ଅଭିଯୋଗ ହୋଇଛି। ପୀଡିତା ପିତାଙ୍କ ଅଭିଯୋଗ କ୍ରମେ ଉତ୍ତର ପ୍ରଦେଶ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଦୁଷ୍କର୍ମକାରୀଙ୍କ ନାମ ଜୟ ପ୍ରକାଶ, ଲବ କୁମାର ପାଲ, ଗଣେଶ ପ୍ରସାଦ ଓ ସିଆରପିଏଫ କନେଷ୍ଟବଳ ମହେନ୍ଦ୍ର ଯାଦବ ବୋଲି ଜଣାପଡ଼ିଛି। ଏଥିରେ ସିଆରପିଏଫ ପୋଲିସ ଓ ଅବସରପ୍ରାପ୍ତ ଜେଲରଙ୍କ ପୁଅ ସମ୍ପୃକ୍ତ ଥିବା ଜଣାପଡିଛି।

ଖବର ଅନୁଯାୟୀ ଅବସରପ୍ରାପ୍ତ ଜେଲର ବ୍ରିଜଲ ମୌର୍ଯ୍ୟଙ୍କ ପୁଅ ଜୟ ପ୍ରକାଶ ମୌର୍ଯ୍ୟ ପୀଡିତାକୁ ଫୋନ୍‌ କରି ଘର ବାହାର ଗାଁ ନିକଟରେ ଦେଖାକରିବାକୁ କହିଥିଲା। ଜୟପ୍ରକାଶ ପୂର୍ବରୁ ଗାଁକୁ ଯିବା ଆସିବା କରୁଥିବାରୁ ଝିଅ ସହିତ ତାହାର ଚିହ୍ନା ପରିଚୟ ଥିଲା। ତେଣୁ ଝିଅ ବି ଜୟପ୍ରକାଶ କଥାକୁ ବିଶ୍ୱାସ କରି ଜରୁରୀ କାମ ଥିବ ଭାବି ସେ କହିଥିବା ସ୍ଥାନକୁ ଚାଲି ଯାଇଥିଲା। ସେହି ସ୍ଥାନରେ ପୂର୍ବରୁ ଜୟ ଓ ତା’ର ତିନି ଜଣ ସାଙ୍ଗ ଏକ କାର ଭିତରେ ଥିଲେ। ଜୟ ପ୍ରକାଶ ଝିଅକୁ ସେଠାରୁ ଉଠାଇ ନେଇ ତିନି ସାଙ୍ଗଙ୍କ ସହ ମିଶି ଦୁଷ୍କର୍ମ କରିଥିଲା। ଯେଉଁ କାରରେ ଚାରିଜଣ ଏହି ଦୁଷ୍କର୍ମ କରିଥିଲେ ସେଥିରେ ପୋଲିସର ଲୋଗୋ ଲାଗିଥିବା ପୀଡିତା ପିତା କହିଛନ୍ତି।

Leave a Reply

Your email address will not be published. Required fields are marked *