Sat. Dec 14th, 2019

ବାଦାମବାଡ଼ିରେ ନିର୍ମାଣ ହେବ ଓଭରବ୍ରିଜ

ଭୁବନେଶ୍ଵର : କଟକ ବାଦାମବାଡି ବସଷ୍ଟାଣ୍ଡ ନିକଟରେ ଓଭର ବ୍ରିଜ ନିର୍ମାଣ ହେବ। ରସ୍ତୁତି ସରିଛି। ଖୁବଶୀଘ୍ର କାମ ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି ଚୌଦ୍ଵାର-କଟକ ବିଧାୟକ ସୌଭିକ୍ ବିଶ୍ଵାଳ। ଆଜି ବିଧାୟକ ପୂର୍ତ୍ତ ବିଭାଗ ଯନ୍ତ୍ରୀମାନଙ୍କ ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି। ପ୍ରସ୍ତାବ ମୂତାବକ ବାଦାମବାଡି ବସଷ୍ଟାଣ୍ଡର ପ୍ରସ୍ଥାନ ଦ୍ଵାରଠାରୁ ଜୟଶ୍ରୀ ସିନେମା ହଲ୍‌ ଯାଏଁ ଓଭରବ୍ରିଜ କରାଯିବ। ଏହି ପ୍ରସ୍ତାବିତ ଓଭରବ୍ରିଜ ଦୋଳମୁଣ୍ଡାଇ ଛକକୁ ସଂଯୋଗ କରିବ। ଓଭରବ୍ରିଜ ହେଲେ ବାଦାମବାଡି ଅଞ୍ଚଳରୁ ଗହଳି କମିବା ସହିତ ଟ୍ରାଫିକ ସମସ୍ୟା ଅନେକାଂଶରେ ସମାଧାନ ହୋଇପାରିବ। ତେବେ ଏହା କେବେ କାର୍ଯ୍ୟକାରୀ ହେବ ସେ ନେଇ ବିଧାୟକ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ଦେଇନାହାନ୍ତି।

Leave a Reply

Your email address will not be published. Required fields are marked *