Fri. Dec 13th, 2019

କଟକ ଡିସିପିଙ୍କ ବଦଳି ଦାବିକଲା କଂଗ୍ରେସ

ଭୁବନେଶ୍ୱର : କଟକ ସହର ଦଶହରା ଶାନ୍ତି କମିଟି ପ୍ରସ୍ତୁତି ବୈଠକକୁ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ନଡକାଯିବା ତାଙ୍କ ପ୍ରତି ଅସମ୍ମାନ। ଏହି ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଦାବି କରିଛି କଟକ ଡିସିପିଙ୍କୁ ଦଶହରା ପୂଜା ପୂର୍ବରୁ ବଦଳି କରାଯାଉ।

ଶନିବାର ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦଶହରା ପୂଜା କଟକରେ ଭାଇଚାରାର ପର୍ବ। ପ୍ରୋଟୋକଲ ଦୃଷ୍ଟିରୁ ପୂଜା ପାଇଁ ଶାନ୍ତି କମିଟି ବୈଠକକୁ ସ୍ଥାନୀୟ ବିଧାୟକଙ୍କୁ ଡକାଯିବାର ପ୍ରାବଧାନ ରହିଛି। କିନ୍ତୁ ଭାଇଚାରାକୁ ନଷ୍ଟକରି କଟକ ଡିସିପି କମିଟିର ପ୍ରସ୍ତୁତି ବୈଠକକୁ ବିଧାୟକଙ୍କୁ ଡାକିନାହାନ୍ତି। ଏଥିରୁ ଜଣାପଡୁଛି ଡିସିପି ଥିବା ପର୍ଯ୍ୟନ୍ତ କୌଣସି କାର୍ଯ୍ୟକ୍ରମରେ ମୋକିମଙ୍କୁ ସାମିଲ କରିବେ ନାହିଁ। ଏହା ଜଣେ ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ଅପମାନ। ଓଡ଼ିଶା ସରକାରଙ୍କ ବୁକ ସର୍କୁଲାର ନଂ-୪୭କୁ ଖୋଲାଖୋଲି ଉଲ୍ଲଘଂନ କରୁଛି। ଯଦି କଟକରେ ଭବିଷ୍ୟତରେ ଭାଇଚାରା ପ୍ରଭାବିତ ହୁଏ ସେଥିପାଇଁ ଡିସିପି ଦାୟୀ ରହିବେ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *