Mon. Dec 16th, 2019

ନେଷ୍ଟଆୱେ ପକ୍ଷରୁ ଦି ହେଲୋ ୱାର୍ଲଡର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ସର୍ବବୃହତ ହୋମ ରେଂଟାଲ ନେଟୱର୍କ ନେଷ୍ଟଆୱେ ଟେକ୍ନୋଲୋଜିସ ପକ୍ଷରୁ ଦି ହେଲୋ ୱାର୍ଲଡର ଶୁଭାରମ୍ଭ କରାଯାଇଛି। ଯାହା କୋ-ଲିଭିଂ ଓ ଛାତ୍ରଛାତ୍ରୀଙ୍କ ରହଣୀ (ଷ୍ଟୁଡେହାଉସିଂ) ଉପରେ ଗୁରୁତ୍ୱ ପ୍ରଦାନ କରିବ। ସହରାଚଂଳକୁ ଆସୁଥିବା ଯୁବବର୍ଗଙ୍କୁ ହେଲୋ ୱାର୍ଲଡ ଯୋଗାଇବ ରହଣୀ ସୁବିଧା। ବର୍ତ୍ତମାନ ବାଙ୍ଗାଲୋର, ହାଇଦ୍ରାବାଦ, ଦିଲ୍ଲୀ, ଏନସିଆର, ପୁନେ, କୋଟା ଓ ଡେରାଡୁନ ଭଳି ୧୫ଟି ସହରରେ ଏହି ସୁବିଧା ରହିଛି। ଗତ ୫ ମାସ ଭିତରେ ହେଲୋ ୱାର୍ଲଡର ଶଯ୍ୟା ସଂଖ୍ୟା ହୋଇଛି ୧୦ହଜାର। ଏହାର ଅକୁପାନସି ରେଟ ହେଉଛି ୯୦ ପ୍ରତିଶତ। ହେଲୋ ୱାର୍ଲଡର ଗ୍ରାହକମାନେ ସେମାନଙ୍କ ବ୍ୟକ୍ତିଗତ ଗୋପନୀୟ ସ୍ଥାନ ପାଇବେ। କୋଠାରେ ସାମାଜିକ ମେଳରେ ଭାଗ ନେଇପାରିବେ। ସେଠାରେ ସ୍ମାର୍ଟ-ପ୍ରଯୁକ୍ତି ନିରାପତ୍ତା ବ୍ୟବସ୍ଥା ରହିବ। ହାଉସକିପିଂ, ସୁରକ୍ଷାକର୍ମୀ ସେବା, ଏକ ମାସର ସିକ୍ୟୁରିଟି ଜମା ସହିତ ସୁବିଧାରେ ସ୍ଥାନାନ୍ତର ଓ ଶୂନ ବ୍ରୋକରେଜ ଫି ସୁବିଧା ରହିବ।

ହେଲୋ ୱାର୍ଲଡରେ ଆମେ ଉନ୍ନତ ମାନର ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ଜରିଆରେ ବାସିନ୍ଦାକୁ ଏକତା ସୂତ୍ରରେ ବାନ୍ଧି ରଖୁଛି। ଶାରିରୀକ ଅପେକ୍ଷା ଆମେ ମାନସିକ ନିରାପତ୍ତାକୁ ଅଧିକ ଅଗ୍ରାଧିକାର ଦେଉଛୁ ବୋଲି ପ୍ରତିଷ୍ଠାତା ଜିତେନ୍ଦ୍ର ଜଗଦେବ କହିଛନ୍ତି। ଦୁଇତିନି ମାସରେ ହେଲୋ ୱାର୍ଲଡ ଦେଶର ଅଧିକ ୯ଟି ସହରରେ ପ୍ରବେଶ କରିବାକୁ ଯାଉଥିବା ବେଳେ ଆସନ୍ତା ବର୍ଷ ସୁଦ୍ଧା ଶଯ୍ୟା ସଂଖ୍ୟା ୫୦ ହଜାରରୁ ଅଧିକ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *