କଂଗ୍ରେସର ବିଜେପୁର ପ୍ରାର୍ଥୀ ଘୋଷଣା ଖୁବ୍ ଶୀଘ୍ର

ଭୁବନେଶ୍ୱର : ବିଜେପୁର ପାଇଁ କଂଗ୍ରେସ୍ ଆସନ୍ତାକାଲି ସୁଦ୍ଧା ପ୍ରାର୍ଥୀ ଘୋଷଣା କରିପରେ। ଆଜି ବସିଥିବା ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇସାରିଥିବା ବେଳେ ରିପୁନାଥ ସେଠ କିମ୍ବା ତାଙ୍କ ପୁଅକୁ ଦଳ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି। ତବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି କମିଟି ଯାହା ନିଷ୍ପତ୍ତି ନେବ ତାକୁ ହିଁ ପ୍ରାର୍ଥୀ କରାଯିବ। ଅନ୍ୟପକ୍ଷରେ ଆଜିର ବୈଠକ ଅସମାପ୍ତ ରହିଛି ବୋଲି ଚୟନ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ନରସିଂହ ମିଶ୍ର କହିଛନ୍ତି।