Mon. Dec 16th, 2019

୩ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ରମ୍ବନ ଜିଲ୍ଲାରେ ଆଜି ଆତଙ୍କବାଦୀମାନେ ବନ୍ଧକ ରଖିଥିବା ପରିବାରକୁ ସେନା ଉଦ୍ଧାର କରିଛି। ସେନା ଅପରେସନ୍ ଘରେ ଳୁଚିଥିବା ୩ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି।

ଥାନୀୟ ଅଧିବାସୀଙ୍କ ସୂଚନା ଅନୁସାରେ ସାଧାରଣ ବେଶରେ ଆସିଥିବା ୩ ଜଣ ସଶସ୍ତ୍ର ଆତଙ୍କବାଦୀ ରମ୍ବନ ଜିଲ୍ଲାର ବାଟୋଟେ ଅଞ୍ଚଳରେ ଏକ ଘରେ ପଶିଯାଇଥିଲେ। ପରିବାରର ଅନ୍ୟ ସଦସ୍ୟଙ୍କୁ ବାହାର କରିଦେଇ ଘରମାଲିକ ବିଜୟ କୁମାରଙ୍କୁ ରଖିଥିଲେ ବନ୍ଧକ। ଖବର ପାଇ ସେଠାରେ ସୁରକ୍ଷାବାହିନୀ ପହଞ୍ଚିବାରୁ ଗୁଳି ଚଳାଇଥିଲେ ଆତଙ୍କବାଦୀ। ଦୀର୍ଘ ସମୟ ଗୁଳିବିନିମୟ ହୋଇଥିଲା। ଶେଷରେ ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଥିବ ବେଳେ ଜଣେ ଯବାନ ସହିଦ ହୋଇଛନ୍ତି।

ସେନା ପକ୍ଷରୁ ରମ୍ବନ, ଡୋଡା, ଗନ୍ଦରବଲ ଅଞ୍ଚଳରେ ତଲାସୀ ଅଭିଯାନ ଚାଲିଛି। ଗନ୍ଦରବଲରେ ସେନାଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। କେତେକ ଅଞ୍ଚଳରେ ଆତଙ୍କବାଦୀ ଓ ସେନା ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *