Mon. Dec 16th, 2019

ଧର୍ମପାଳ ଗୁଲାଟିଙ୍କୁ କିସ୍ ଲାଇଫ ଟାଇମ୍ ଆଚିଭମେଣ୍ଟ ସମ୍ମାନ

ଭୁବନେଶ୍ୱର : ଚଳିତବର୍ଷ ସମଗ୍ର ବିଶ୍ୱ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରିବାକୁ ଯାଉଥିବା ବେଳେ କସି ପକ୍ଷରୁ ଆଜି ଗାନ୍ଧୀ ଦର୍ଶନର ବାସ୍ତବ ପ୍ରତିଫଳନ ଶୀର୍ଷକ ଦିନିକିଆ ଆଲୋଚନାଚକ୍ର ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏମ୍‍ଡିଏଚ କମ୍ପାନୀର ପ୍ରତଷ୍ଠ।ତା ଅଧ୍ୟକ୍ଷ ପଦ୍ମଭୂଷଣ ଧର୍ମପାଳ ଗୁଲାଟିଙ୍କୁ କିସ ଲାଇଫ ଟାଇମ୍‍ ଆଚିଭ୍‍ମେଣ୍ଟ ସମ୍ମାନ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଶ୍ରୀ ଗୁଲାଟିଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲ । ସ୍ଥାନୀୟ ରବୀନ୍ଦ୍ରମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁ ନନ୍ଦନ ଦାସ, ସଂସ୍କୃତି ଓ ପର୍ଯ୍ୟଟନ ସଚିବ ମନୋରଞ୍ଜନ ପାଣଗ୍ରାହୀ, ବିଶିଷ୍ଟ ସାହିତ୍ୟିକ ଅସତି କୁମାର ମହାନ୍ତି, ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟ, ଶିଶୁ ସାହିତ୍ୟିକ ଦାସ ବେନହୂର ଓ ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ପ୍ରତଷ୍ଠି।ନର ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କସି ବିଶ୍ୱବିଦ୍ୟାଳୟ କଳୁପତି ପ୍ରଫେସର ହରେକୃଷ୍ଣ ଶତପଥୀ ସଭା ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *