Fri. Dec 13th, 2019

ବିହାର-ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ, ମୃତ୍ୟୁ ସଂଖ୍ୟା ବଢୁଛି

ପାଟନା : ବିହାର-ଉତ୍ତରପ୍ରଦେଶର ଲଗାଣ ବର୍ଷାଯୋଗୁ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ୮୦ରୁ ଉର୍ଦ୍ଧ ଲୋକ ମୃତ୍ୟୁବରଣ କରିଥିବା ବେଳେ ଆଜି ବିହାରର ଭାଗଲପୁରରେ ଘର କାନ୍ଥ ଭୁଷୁଡ଼ି ପଡିବାରୁ ୩ଜଣଙ୍କର ମୃତ୍ୟୁ ହୋଇଛି। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବର୍ଷା ପାଣି ଘର ଓ ଡାକ୍ତରଖାନାରେ ପଶିଥିବାରୁ ଲୋକଙ୍କ ଚିକିତ୍ସା ବାଧାପ୍ରାପ୍ତ ହେଉଛି। ବର୍ଷା ପାଣିରେ ଲୋକେ ଚାଲି ଚାଲି ଯାଉଛନ୍ତି ଡାକ୍ତରଖାନା। ରାଜ୍ୟର ବିଭିନ୍ନ ସ୍ଥାନରେ ସ୍କୁଲ ବନ୍ଦ ରହିଛି। ଅନେକ ଟ୍ରେନ୍‌ ଯାତାୟତକୁ ବାତିଲ କରି ଦିଆଯାଇଛି।

ସେହିଭଳି ଭାବରେ ଉତ୍ତରପ୍ରଦେଶରେ ଲଗାଣ ବର୍ଷା ବିତ୍ପାତରେ ଶନିବାର ୩୫ଜଣ ଲୋକ ମୃତ୍ୟୁବରଣ କରିଥିବା ସୂଚନା ମିଳିଥିଲା। ଆଜମଗଡ ଓ ମିର୍ଜାପୁରରେ ୪ଜଣ ମୃତ୍ୟୁବରଣ କରିଥିବା ବେଳେ ଗାଜିପୁର ଓ ଆମ୍ବେଦକର ନଗରରେ ୩ଜଣଙ୍କର ମୃତ୍ୟୁ ହୋଇଛି। ଏହାଛଡା ଗୋରଖପୁରରେ, ଫିରୋଜାବାଦ୍‌ରେ, ଉନ୍ନାଓରେ, ବାନ୍ଦାରେ, ବାଲିଆରେ ଓ ସୀତାପୁରରେ ୨ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ୪୪ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା।

Leave a Reply

Your email address will not be published. Required fields are marked *